ନିୟମକାନୁନ୍ ଜାଣିଛି, ପ୍ରତାପ ଜେନା କିଏ : ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ବାଚସ୍ପତି ଶରତ କରଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ନହେବା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟୀକରଣ ଦେବାପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୁଣିଥରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ପ୍ରତି ଦେଇଥିବା ଟିପ୍ପଣୀ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସରକାରଙ୍କ ନିୟମକାନୁନ୍ ତାଙ୍କୁ ଜଣାଅଛି। ସେ ତାଙ୍କର ଦୁଃଖ ମୁଖ୍ୟମନ୍ତ୍ରୀ ଜଣାଇଥିଲେ। ଏହାର ଉତ୍ତର ମୁଖ୍ୟମନ୍ତ୍ରୀ […]

niranjan-patnaik

niranjan-patnaik

Tapas Behera
  • Published: Thursday, 15 October 2020
  • Updated: 16 October 2020, 04:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ବାଚସ୍ପତି ଶରତ କରଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ନହେବା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟୀକରଣ ଦେବାପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୁଣିଥରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ପ୍ରତି ଦେଇଥିବା ଟିପ୍ପଣୀ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସରକାରଙ୍କ ନିୟମକାନୁନ୍ ତାଙ୍କୁ ଜଣାଅଛି। ସେ ତାଙ୍କର ଦୁଃଖ ମୁଖ୍ୟମନ୍ତ୍ରୀ ଜଣାଇଥିଲେ। ଏହାର ଉତ୍ତର ମୁଖ୍ୟମନ୍ତ୍ରୀ କିମ୍ବା ଗୃହ ରାଷ୍ଟ୍ରମନ୍ତ୍ରୀ ଦେଇଥିଲେ ସୁନ୍ଦର ହୋଇଥାନ୍ତା। ପ୍ରତାପ ଜେନା କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାରେ ଯେତେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କେବଳ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ସଦାଶିବ ତ୍ରିପାଠୀଙ୍କ ଶବଦାହକୁ ଛାଡ଼ିଲେ ସେ ଅନ୍ୟ ସମସ୍ତଙ୍କ ଅନ୍ତିମ ସଂସ୍କାରବେଳେ ଉପସ୍ଥିତ ଥିଲେ। ସନ୍ଧ୍ୟା ଆଗତ ସମୟରେ ଅନେକ ନେତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଛି। ଶ୍ରୀ ଜେନା ତାଙ୍କ ପୁଅ ବା ସାନଭାଇ ବୟସର। ତେଣୁ ତାଙ୍କର ମନ୍ତବ୍ୟ ହାସ୍ୟାସ୍ପଦ। ଯଦି ଶ୍ରୀ ଜେନା ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦେଇଛନ୍ତି ତା’ହେଲେ ତାଙ୍କର ଅନ୍ୟ ପ୍ରଶ୍ନର ଉତ୍ତର ଦେବେ କି? ଗତ ନିର୍ବାଚନରେ ଶ୍ରୀ ଜେନାଙ୍କ ଜିତିବା ପାଇଁ ସ୍ୱର୍ଗତ କର ଉଦ୍ୟମ କରିଥିଲେ। ଆଜି ତା’ର ପ୍ରତିଦାନ ସ୍ୱରୂପ ଶ୍ରୀ ଜେନା ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଧହୁଏ ବୋଲି ସେ କହିଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସ୍ୱର୍ଗତ କର କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅପରାହ୍ନ ସାଢ଼େ ୨ଟାରେ ତାଙ୍କର ମୃତ୍ୟୁ ହେଲା ଓ ହସ୍ପିଟାଲ କର୍ତ୍ତୃପକ୍ଷ ୩ଟା ୧୫ମିନିଟରେ ତାଙ୍କୁ ମୃତ ଘୋଷଣା କଲେ। ମରଶରୀରକୁ ପରିବାରବର୍ଗଙ୍କୁ ଦିଆଯାଇନଥିଲା ଓ ହସ୍ପିଟାଲ ତରଫରୁ ମରଶରୀରକୁ ଶ୍ମଶାନକୁ ଅଣାଗଲା। ତା’ହେଲେ ନିୟମ ଅନୁସାରେ ସୂର୍ଯ୍ୟାସ୍ତ ପୂର୍ବରୁ ଅଣାଗଲା ନାହିଁ କାହିଁକି?

ସେହିପରି ନିଜ ପିତାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଇବା ନିମନ୍ତେ ସ୍ୱର୍ଗତ କରଙ୍କ ସାନପୁଅ ସେଦିନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହଯୋଗ ଲୋଡ଼ିଥିଲେ। କିନ୍ତୁ ଅନ୍ୟମାନଙ୍କୁ ପୁରୀରେ ଅନ୍ତିମ ସଂସ୍କାରର ଅନୁମତି ମିଳୁଥିବାବେଳେ ସ୍ୱର୍ଗତ କରଙ୍କୁ ଏଥିପାଇଁ ଅନୁମତି ଦିଆଗଲା ନାହିଁ କାହିଁକି?
ସ୍ୱର୍ଗତ କରଙ୍କ ବଡ଼ପୁଅ ବିଧାନସଭା କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରି ମରଶରୀରକୁ ବିଧାନସଭା ନେବା ପାଇଁ ସମୟ ନିର୍ଦ୍ଧାରଣ କରିଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟର ଠିକ୍ ୩୦ମିନିଟ୍ ଶବକୁ ବିଧାନସଭା ନଆଣିବା ପାଇଁ କୁହାଗଲା। କିଏ କ’ଣ ପାଇଁ ମନା କଲେ? ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ଯଦି ସନ୍ଧ୍ୟା ହେଲା ବୋଲି ରାଷ୍ଟ୍ରୀୟ ମର୍ଯ୍ୟାଦା ଶ୍ମଶାନରେ ଦିଆଗଲାନାହିଁ, ଅନ୍ୟ କୌଣସି ସ୍ଥାନରେ ଦିଆଯାଇପାରିଥାନ୍ତା। ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନ ନଦିଆଯାଇ ଅନ୍ୟ ଜାଗାରେ ଦେବାର ଦୃଷ୍ଟାନ୍ତ ଅଛି । ସ୍ୱର୍ଗତ କରଙ୍କ କ୍ଷେତ୍ରରେ ଏଭଳି କରାଗଲା ନାହିଁ କାହିଁକି?
ତେଣୁ ସ୍ୱର୍ଗତ କରଙ୍କ ଅମର ଆତ୍ମା ପ୍ରତି ଯେଉଁ ଅବିଚାର ହୋଇଛି ତା’ଉପରେ ଅଧିକ ଆଲୋଚନା ନକରି ନିଜର ତ୍ରୁଟି ପାଇଁ ସରକାର କ୍ଷମା ମାଗନ୍ତୁ ଓ ଏଥିପାଇଁ କିଏ ଦାୟୀ ତାହା ମୁଖ୍ୟମନ୍ତ୍ରୀ ନିଜେ ବିଚାର କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ପଢ଼ନ୍ତୁ: ପ୍ରତାପ ଜେନାଙ୍କୁ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story