କାଲି ସକାଳେ ଘରୁ ନ ବାହାରିବାକୁ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଫୋନି’ ଅତି ଭୟଙ୍କର ରୂପ ଧାରଣ କରି ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି। ଆସନ୍ତାକାଲି ସକାଳ ୬ଟାରୁ ଦିନ ୧୦ଟା ମଧ୍ୟରେ ଏହା ପୁରୀର ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ ବା ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିମି ରହିବାର ଆଶଙ୍କା କରାଯାଉଛି। ଏଣୁ ଆସନ୍ତାକାଲି କେହି ଘରୁ ନ ବାହାରିବା ପାଇଁ ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। […]

u

u

Hemant Lenka
  • Published: Thursday, 02 May 2019
  • Updated: 02 May 2019, 05:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଘୂର୍ଣ୍ଣିଝଡ଼ 'ଫୋନି' ଅତି ଭୟଙ୍କର ରୂପ ଧାରଣ କରି ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି। ଆସନ୍ତାକାଲି ସକାଳ ୬ଟାରୁ ଦିନ ୧୦ଟା ମଧ୍ୟରେ ଏହା ପୁରୀର ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ ବା ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିମି ରହିବାର ଆଶଙ୍କା କରାଯାଉଛି।

ଏଣୁ ଆସନ୍ତାକାଲି କେହି ଘରୁ ନ ବାହାରିବା ପାଇଁ ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଆସନ୍ତାକଲି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ କୋଠାଘରେ ଆଶ୍ରୟ ନେବାକୁ କୁହାଯାଇଛି। ସେହିପରି ଦୋକାନ ବଜାର ଓ ଗାଡ଼ିମବଟର ଚଳାଚଳ ନ କରିବାକୁ କୁହାଯାଇଛି। ବାତ୍ୟା ଅତିକ୍ରମ କରିବା ଯାଏ ଏହି ସତର୍କତା ପାଳନ କରିବାକୁ କୁହାଯାଇଛି। ସେହିପରି ଉପକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳରେ ରହିଥିବା ଲୋକଙ୍କୁ ପୁଣିଥରେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି।

ସାମୁଦ୍ରିକ ଝଡ ‘ଫୋନି’ ଆଶଙ୍କାରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ମଧ୍ୟରାତ୍ରିରୁ ସମସ୍ତ ପ୍ରକାରର ବିମାନ ଚଳାଚଳ ବନ୍ଦ ରହିବ। ଏ ସମ୍ପର୍କର ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।  ଏହି ବିମାନ ଚଳାଚଳ ଆଜି ମଧ୍ୟରାତ୍ରିରୁ ୨୪ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ସୂଚନା ଦେଇଥିବାବେଳେ ‘ଫୋନି’ ଯୋଗୁ  ରେଳବାଇ ବିଭାଗ ପକ୍ଷରୁ ଗତକାଲିଠୁ ୧୦୩ଟି ଟ୍ରେନ ଚଳାଚଳ ବାତିଲ କରାଯାଇଛି। ଆଜି ମଧ୍ୟ ଏକ ସ୍ୱତନ୍ତ୍ର ଟ୍ରେନ ମାଧ୍ୟମରେ ପୁରୀରୁ କୋଲକାତାକୁ ପର୍ଯ୍ୟଟକଙ୍କୁ ନିଆଯାଇଥିଲା।

ଅନ୍ୟପକ୍ଷରେ ଆସନ୍ତାକାଲି ପରସ୍ଥିତିକୁ ଦୃଷ୍ଟିରେ ରଖି ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ପକ୍ଷରୁ ସମସ୍ତ ଫ୍ଲାଇଟକୁ ବନ୍ଦ ରଖାଯାଇଛି। ଭୁବନେଶ୍ୱର ବିମାନବନ୍ଦରକୁ ଆସୁଥିବା ଏବଂ ଏଠାରୁ ଯାଉଥିବା ସମସ୍ତ ୨୪ଟି ବିମାନକୁ ବାତିଲ କରାଯାଇଛି। ଆସନ୍ତାକାଲି ଅର୍ଥାତ ଗୋଟିଏ ଦିନ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି।

ସେହିପରି ଗୋ-ଏୟାର ବିମାନ କମ୍ପାନୀ ମଧ୍ୟ ସମାନ ନିଷ୍ପତ୍ତି ନେଇଛି। ଆସନ୍ତାକାଲିର ବାତ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରକୁ ଆସୁଥିବା ଏବଂ ଏଠାରୁ ଅନ୍ୟତ୍ର ଯାଉଥିବା ଗୋ-ଏୟାରର ସମସ୍ତ ବିମାନ ସେବାକୁ ଶୁବ୍ରକାର ବାତିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos