ଡ୍ରାଇଭର୍‌ଙ୍କୁ ଲୁଟି ଖସି ପଳାଇଲେ ୨ ଜଣ: ଧରା ପଡ଼ିଗଲା ଜଣେ, ତା’ପରେ...

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଥାନା ଅନ୍ତର୍ଗତ ପଞ୍ଚମହଲା ଆର୍‌ଟିଓ କାର୍ଯ୍ୟାଳୟ ନିକଟରୁ ଜଣେ ତେଲ ଟ୍ୟାଙ୍କର୍‌ ଡ୍ରାଇଭର୍‌ଙ୍କ ଠାରୁ ଲୁଟ୍‌ ହୋଇଛି। ୩ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଡ୍ରାଇଭରଙ୍କୁ ଆକ୍ରମଣ କରି ପ୍ରାୟ ୧୮ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଆଜି ସକାଳେ ଟ୍ୟାଙ୍କର୍‌ ଡ୍ରାଇଭର୍ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଗାଡ଼ିରେ ହେଲ୍‌ପର୍‌ ଏକୁଟିଆ ଥିବା ସୁଯୋଗ ନେଇ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଧମକାଇବା […]

loot 1

loot 1

Rakesh Mallick
  • Published: Tuesday, 24 July 2018
  • Updated: 24 July 2018, 11:54 AM IST

Sports

Latest News

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଥାନା ଅନ୍ତର୍ଗତ ପଞ୍ଚମହଲା ଆର୍‌ଟିଓ କାର୍ଯ୍ୟାଳୟ ନିକଟରୁ ଜଣେ ତେଲ ଟ୍ୟାଙ୍କର୍‌ ଡ୍ରାଇଭର୍‌ଙ୍କ ଠାରୁ ଲୁଟ୍‌ ହୋଇଛି। ୩ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଡ୍ରାଇଭରଙ୍କୁ ଆକ୍ରମଣ କରି ପ୍ରାୟ ୧୮ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଆଜି ସକାଳେ ଟ୍ୟାଙ୍କର୍‌ ଡ୍ରାଇଭର୍ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଗାଡ଼ିରେ ହେଲ୍‌ପର୍‌ ଏକୁଟିଆ ଥିବା ସୁଯୋଗ ନେଇ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଧମକାଇବା ସହ ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲେ। ହେଲେ ହେଲ୍‌ପର୍‌ ପାଖରୁ କିଛି ପାଇ ନଥିଲେ। ଏହାପରେ ସେମାନେ ଡ୍ରାଇଭର୍‌ଙ୍କ ପାଖକୁ ଯାଇ ମାରଣାସ୍ତ୍ର ଦେଖାଇ ପ୍ରାୟ ୧୮ ହଜାର ଟଙ୍କା ଲୁଟି ଚମ୍ପଟ୍‌ ମାରିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଦୁର୍ବୃତ୍ତଙ୍କୁ  ସ୍ଥାନୀୟ ଲୋକେ କାବୁ କରିନେଇଥିଲେ।

ଅଭିଯୁକ୍ତକୁ ଲୋକେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରୁଛି। ତେଲ ଟ୍ୟାଙ୍କରଟି ପାରାଦୀପ ଯାଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos