ସ୍ଥାନୀୟ ସମସ୍ୟାକୁ ନେଇ ବିଭିନ୍ନ ଜାଗାରେ ଭୋଟ୍ ବର୍ଜନ

ଭୁବନେଶ୍ୱର: ଆଜି ଅନୁଷ୍ଠିତ ହୋଇଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ତେବେ ବିଭିନ୍ନ କାରଣରୁ ପ୍ରତିବାଦ ଜଣାଇ ଅନେକ ସ୍ଥାନରେ ଲୋକେ ମତଦାନ କରି ନାହାନ୍ତି। ଅନୁଗୋଳ ପୌରପାଳିକାର ଡମ୍ପିଂୟାର୍ଡକୁ ବିରୋଧ କରି ଦୁଇଟି ପଞ୍ଚାୟତର ଭୋଟର୍ ମତଦାନ କରି ନାହାନ୍ତି। ବଅଁରପାଳ ବ୍ଲକ୍‌ର ତଳମୂଳ ଓ ତଳମୂଳ ଶାସନ ପଞ୍ଚାୟତବାସୀ ଭୋଟ୍ ବର୍ଜନ କରିଛନ୍ତି। ଏହି ଦୁଇ ପଞ୍ଚାୟତବାସୀ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଗାଁ ପରିକ୍ରମା କରିବା ସହିତ ବିଭିନ୍ନ ବୁଥ୍‌ ସମ୍ମୁଖରେ ଧାରଣା […]

bajagada

bajagada

Rakesh Mallick
  • Published: Sunday, 19 February 2017
  • Updated: 19 February 2017, 02:30 PM IST

Sports

Latest News

ଭୁବନେଶ୍ୱର: ଆଜି ଅନୁଷ୍ଠିତ ହୋଇଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ତେବେ ବିଭିନ୍ନ କାରଣରୁ ପ୍ରତିବାଦ ଜଣାଇ ଅନେକ ସ୍ଥାନରେ ଲୋକେ ମତଦାନ କରି ନାହାନ୍ତି।

ଅନୁଗୋଳ ପୌରପାଳିକାର ଡମ୍ପିଂୟାର୍ଡକୁ ବିରୋଧ କରି ଦୁଇଟି ପଞ୍ଚାୟତର ଭୋଟର୍ ମତଦାନ କରି ନାହାନ୍ତି। ବଅଁରପାଳ ବ୍ଲକ୍‌ର ତଳମୂଳ ଓ ତଳମୂଳ ଶାସନ ପଞ୍ଚାୟତବାସୀ ଭୋଟ୍ ବର୍ଜନ କରିଛନ୍ତି। ଏହି ଦୁଇ ପଞ୍ଚାୟତବାସୀ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଗାଁ ପରିକ୍ରମା କରିବା ସହିତ ବିଭିନ୍ନ ବୁଥ୍‌ ସମ୍ମୁଖରେ ଧାରଣା ଦେଇଥିଲେ।

ସ୍ଥାୟୀ ରାସ୍ତା ନିର୍ମାଣ ଦାବି ପୂରଣ ହୋଇ ନ ଥିବା ଯୋଗୁଁ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଅନ୍ୟାସପୁର ପଞ୍ଚାୟତର ବାଜପଡ଼ା ଗ୍ରାମବାସୀ ଭୋଟ୍ ବର୍ଜନ କରିଛନ୍ତି। ବାଜପଡ଼ାକୁ ସ୍ଥାୟୀ ରାସ୍ତା ନିର୍ମାଣରେ ରାଜନେତା ଓ ପ୍ରଶାସନ ଅଧିକାରୀଙ୍କ ଉଦାସୀନତାକୁ ବିରୋଧ କରି ଗାଁ ଲୋକେ ଆଜି ଭୋଟ୍ ବର୍ଜନ କରିଥିଲେ। ସେମାନେ ଗାଁରେ ଏକ ବ୍ୟାନ୍‌ର ବାନ୍ଧି ଥିଲେ ଯେଉଁଥିରେ ଲେଖା ଥିଲା ‘ଗ୍ରାମକୁ ରାସ୍ତା ନାହିଁ ତ ଭୋଟ୍ ନାହିଁ’।

ରାସ୍ତା ଓ ପାଣି ଭଳି ସମସ୍ୟା ନେଇ କିଛି ଜିଲ୍ଲାରେ ଲୋକେ ଭୋଟ୍ ବର୍ଜନ କରିଥିବା ଦେଖିବାକୁ ମିଳିଥିଲା। କଟକ ବାଙ୍କୀ ବ୍ଲକ୍ ଡମପଡ଼ା କଁସରରେ ଲୋକେ ଭୋଟ୍ ବର୍ଜନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos