ଉଚ୍ଛେଦ ବେଳେ ଉତ୍ତେଜନା, ପ୍ରଥମେ ଥଇଥାନ ଦାବି

କଟକ(ଓଡ଼ିଶା ରିପୋର୍ଟର): ଜଗତପୁର ଗୋଲେଇ ଛକରୁ ନିମପୁର ପଡିଆ ଯାଏ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରଶସ୍ତିକରଣ କାମ ପାଇଁ କଟକ ସିଏମ୍‌ସି ପକ୍ଷରୁ ଉଚ୍ଛେଦ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଏହା ପ୍ରତିବାଦରେ ବସ୍ତି ବାସିନ୍ଦା ଓ ବ୍ୟବସାୟୀ ରାସ୍ତା ଉପରେ ଧାରଣା ଦେଇଥିଲେ। ଜଗତପୁର ଗୋଲେଇ ଛକରୁ ନିମପୁର ପଡିଆ ଯାଏ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରଶସ୍ତିକରଣ କାମ ପାଇଁ ଆଜି ଉଚ୍ଛେଦ କରାଯାଉଥିଲା। ତେବେ ପ୍ରଶାସନିକ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବ୍ୟବସାୟୀ ଓ ବସ୍ତି […]

ctc

ctc

Tapaswini Nayak
  • Published: Wednesday, 09 December 2020
  • Updated: 09 December 2020, 01:44 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଜଗତପୁର ଗୋଲେଇ ଛକରୁ ନିମପୁର ପଡିଆ ଯାଏ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରଶସ୍ତିକରଣ କାମ ପାଇଁ କଟକ ସିଏମ୍‌ସି ପକ୍ଷରୁ ଉଚ୍ଛେଦ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଏହା ପ୍ରତିବାଦରେ ବସ୍ତି ବାସିନ୍ଦା ଓ ବ୍ୟବସାୟୀ ରାସ୍ତା ଉପରେ ଧାରଣା ଦେଇଥିଲେ।

ଜଗତପୁର ଗୋଲେଇ ଛକରୁ ନିମପୁର ପଡିଆ ଯାଏ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରଶସ୍ତିକରଣ କାମ ପାଇଁ ଆଜି ଉଚ୍ଛେଦ କରାଯାଉଥିଲା। ତେବେ ପ୍ରଶାସନିକ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବ୍ୟବସାୟୀ ଓ ବସ୍ତି ବାସିନ୍ଦାକୁ ବୁଝାସୁଝା କରିବା ପରେ ଧାରଣାରୁ ହଟିଥିଲେ। ଏହାପରେ ଉଚ୍ଛେଦ କାର୍ଯ୍ୟ  ଆରମ୍ଭ ହୋଇଥିଲା।

ତେବେ ବ୍ୟବସାୟୀ ଓ ଉଠା ଦୋକାନୀ ଦାବି କରିଥିଲେ ଯେ, ପ୍ରଥମେ ଆମକୁ ଥଇଥାନ କରାଯାଉ ଏବଂ ପରେ ଉଚ୍ଛେଦ କରାଯାଉ। ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂ ଜୋନ୍ କରାଯାଉ। କଟକ ସହରରେ ଜମି, ଘର ଓ ଦୋକାନ ହରାଇଥିବା ଲୋକଙ୍କୁ ପ୍ରଥମେ ଥଇଥାନ କରାଯାଇ ପରେ ଉଚ୍ଛେଦ କରାଯାଇଥିବା ବେଳେ ଏଠାରେ କାହିଁକି ସରକାର ବଳ ପ୍ରୟୋଗ କରୁଛନ୍ତି ବୋଲି ବ୍ୟବସାୟୀ ପ୍ରଶ୍ନ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos