ଚାରଟି ଟ୍ରେନ୍ ବାତିଲ ନେଇ ରାଉରକେଲାରେ ଅସନ୍ତୋଷ

ରାଉରକେଲା: ରାଉରକେଲା ଦେଇ ଯାଉଥିବା ଧାନବାଦ-ଭୁବନେଶ୍ୱର ଗରିବ ରଥ ଟ୍ରେନ୍ ସମେତ ଚାରିଟି ଟ୍ରେନକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବାତିଲ୍ କରାଯିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଝାଡ଼ଖଣ୍ଡ ଝରିଆ ଭୂତଳ କୋଇଲା ଖଣିରେ ନିଆଁ ଲାଗିଥିବାରୁ ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ କୋଇଲା ମନ୍ତ୍ରାଳୟର ପରାମର୍ଶ କ୍ରମେ ଗତ ୧୫ତାରିଖରୁ ଏହି ୪ଟି ଟ୍ରେନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବାତିଲ୍ କରାଯାଇଛି।

ଏସବୁ ଟ୍ରେନ ଗୁଡ଼ିକୁ ଧାନବାଦ ପରିବର୍ତ୍ତେ ପୂର୍ବଭଳି ରାଞ୍ଚିରୁ ଚଳାଇବାକୁ ରାଉରକେଲା ଜାଗରଣ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ରାଉରକେଲା ଷ୍ଟେସନ ମାଷ୍ଟରଙ୍କ ଜରିଆରେ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଏନେଇ ଏକ ସ୍ମାରକପତ୍ର ଦିଆଯାଇଛି ।