ଜମିବ ଦୀପାବଳି: ରାଜଧାନୀର ୭ ସ୍ଥାନରେ ବିକ୍ରି ହେବ ବାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣାର ଦୁଇ ବର୍ଷ ପରେ ଏଥର ଜମିବ ଦୀପାବଳି। ଆତସବାଜିରେ କମ୍ପିବ ରାଜଧାନୀ। କାହିକିଁ ନା ଏଥର ରାଜଧାନୀର ୭ଟି ଜାଗାରେ ବାଣ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ସୂଚନା ଅନୁସାରେ, ଭୁବନେଶ୍ୱର ଗାଡ଼କଣ ଶବର ସାହି ମେଳନ ପଡିଆ, ବମିଖାଲ ମୌଜାର ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ, ପାଣ୍ଡରା ମୌଜାର ପଳାଶୁଣି ବିଜୁପଟ୍ଟନାୟକ ପଡିଆ, ବାପୁଜୀ ନଗରର ୟୁନିଟ ୧ ହାଇସ୍କୁଲ ପଛପଟ ଓ ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ବାଣ ବିକ୍ରି ପାଇଁ ଅନୁମତି ମିଳିଛି। ସେହିପରି ବଡ଼ଗଡ଼ର ୨ଟି ସ୍ଥାନରେ ବାଣ ବିକ୍ରି ପାଇଁ ପ୍ରଶାସନର ଅନୁମତି ରହିଛି।

ଏହି ସ୍ଥାନରେ ବାଣ ବିକ୍ରି ବେଳେ ଅଘଟଣ ରୋକିବାକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବ। ଅଗ୍ନିଶମ ବାହିନୀ ଦଳକଳ ସହ ଏହି ସ୍ଥାନମାନଙ୍କରେ ମୁତୟନ ରହିବେ। ଯେକେହି ଲାଇସେନ୍ସ ପ୍ରାପ୍ତ ଦୋକାନୀ ଆବଶ୍ୟକ ଶୁଳ୍କ ଦେଇ ଏହି ସ୍ଥାନରେ ବାଣ ଦୋକାନ ଖୋଲି ପାରିବେ। ଲୋକେ ଏହି ସ୍ଥାନରୁ ବାଣ କିଣିବା ସହ ଫୁଟାଇବା ବେଳେ ନିରାପତା ପାଳନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।