ଆସନ୍ତା ଦୁଇ ତିନି ମାସରେ ପେଟ୍ରୋଲ ପମ୍ପରେ ମିଳିବ କିରୋସିନ୍‌

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ପରି ପେଟ୍ରୋଲ ପମ୍ପରେ ବିକ୍ରି ହେବ କିରୋସିନ। ପେଟ୍ରୋଲ ପମ୍ପରେ ନୀଳ କରୋସିନ୍‌ ବଦଳରେ ଧଳା ରଙ୍ଗର କରୋସିନ୍‌ ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀମାନେ କଣ୍ଟ୍ରୋଲ ଦୋକାନରୁ ସବ୍‌ସିଡି ଦରରେ ନୀଳ କିରୋସିନ୍‌ କିଣୁଥିବା ବେଳେ ସାଧାରଣ ଲୋକେ  ଏହି ନୀଳ ରଙ୍ଗର କିରୋସିନ ପାଇଁ ହଇରାଣ ହେଉଥିଲେ। ଏବେ ପେଟ୍ରୋଲ ପମ୍ପରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ବାହାରେ ଥିବା ଲୋକ ବଜାର ଦରରେ କିଣିବେ ଧଳା କିରୋସିନ୍‌। […]

petrol-pump

petrol-pump

Rakesh Mallick
  • Published: Monday, 01 August 2016
  • Updated: 01 August 2016, 08:07 PM IST

Sports

Latest News

petrol-pumpଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ପରି ପେଟ୍ରୋଲ ପମ୍ପରେ ବିକ୍ରି ହେବ କିରୋସିନ। ପେଟ୍ରୋଲ ପମ୍ପରେ ନୀଳ କରୋସିନ୍‌ ବଦଳରେ ଧଳା ରଙ୍ଗର କରୋସିନ୍‌ ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀମାନେ କଣ୍ଟ୍ରୋଲ ଦୋକାନରୁ ସବ୍‌ସିଡି ଦରରେ ନୀଳ କିରୋସିନ୍‌ କିଣୁଥିବା ବେଳେ ସାଧାରଣ ଲୋକେ  ଏହି ନୀଳ ରଙ୍ଗର କିରୋସିନ ପାଇଁ ହଇରାଣ ହେଉଥିଲେ। ଏବେ ପେଟ୍ରୋଲ ପମ୍ପରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ବାହାରେ ଥିବା ଲୋକ ବଜାର ଦରରେ କିଣିବେ ଧଳା କିରୋସିନ୍‌। ଏହା କିରୋସିନ୍‌କୁ ଅନ୍ୟ କୌଣସି ତୈଳରେ ମିଶାଯାଇପାରିବ ନାହିଁ। ମାସେ ଦୁଇ ମାସ ମଧ୍ୟରେ ଏହି ଯୋଜନା ରାଜ୍ୟର ସବୁ ପେଟ୍ରୋଲ ପମ୍ପରେ କାର୍ଯ୍ୟକାରୀ କରିବାକୁ ଖାଦ୍ୟ ଯୋଗାଣ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଏନେଇ ଆଜି ଅଏଲ ମାର୍କେଟିଂ କମ୍ପାନୀଙ୍କ ସହି ବିଭାଗୀୟ ସଚିବ ଆଲୋଚନା କରିଛନ୍ତି।

ଖାଦ୍ୟ ଓ ଯୋଗାଣ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି,“ଅଏଲ ମାର୍କେଟିଂ କମ୍ପାନୀଗୁଡିକର ରିଟେଲ ଆଉଟଲେଟ୍‌ରେ ଧଳା ରଙ୍ଗର କିରୋସିନ୍‌ ବିକ୍ରି ହେବ। ଏହି କିରୋସିନ ଅନ୍ୟ କୌଣସି ତୈଳରେ ମିଶ୍ରିତ ହୋଇପାରିବ ନାହିଁ। ସାଧାରଣ ବଣ୍ଟନ ବ୍ୟବସ୍ଥା ବାହାରେ ଥିବା ହିତାଧିକାରୀମାନେ ଏହି କିରୋସିନ୍‌କୁ ବଜାର ଦରରେ କିଣିପାରିବେ। ଆସନ୍ତା ୨ରୁ୩ ମାସ ମଧ୍ୟରେ ସବୁ ପେଟ୍ରୋଲ ପମ୍ପରେ ଉପଲବ୍ଧ ହେବ ଏହି ଧଳା ରଙ୍ଗର କିରୋସିନ।”

ଉତ୍କଳ ପେଟ୍ରୋଲ ଡିଲର ଆସୋସିଏସନ୍‌ର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି,“ସବୁ ପେଟ୍ରୋଲ ପମ୍ପରେ ଏହି ସୁବିଧା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ନ ଯାଇ ଏହା କେତେକ ମନୋନୀତ ପେଟ୍ରୋଲ ପମ୍ପରେ ଯୋଗାଇ ଦିଆଯିବ। ଏଥିପାଇଁ ଏକ ଅଣ୍ଡରଗ୍ରାଉଣ୍ଡ ଟ୍ୟାଙ୍କ ଓ ଡିସ୍‌ପୋଜାଲ ଟ୍ୟାଙ୍କ ଆବଶ୍ୟକ। ଏଥିରେ ବେଶି କିଛି ଅର୍ଥ ବିନିଯୋଗ ହେବ ନାହିଁ। ପ୍ରାୟ ପ୍ରତିଟି ଗାଁ ଓ ନିକଟସ୍ଥ ସହରରେ ପେଟ୍ରୋଲ ପମ୍ପ ଉପଲବ୍ଧ ରହିଥିବାରୁ ସାଧାରଣଲୋକଙ୍କ ପାଇଁ ଏହା ସହାୟକ ହେବ ବୋଲି ମୁଁ ଆଶା କରୁଛି।”

ସୂଚନାଯୋଗ୍ୟ ପେଟ୍ରୋଲ ପମ୍ପରେ ପେଟ୍ରୋଲ, ଡିଜେଲ ସହ ଏବେ ୫କେଜି ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ବିକ୍ରି ହେଉଛି। ପେଟ୍ରୋଲ ପମ୍ପରେ କିରୋସିନ୍‌ ବିକ୍ରି ହେଲେ ସାଧାରଣ ଲୋକ ଉପକୃତ ହେବେ ସତ କିନ୍ତୁ ତାହା ରାଜ୍ୟ ସରକାର କିଭଳି ଭାବେ କାର୍ଯ୍ୟକାରୀ  କରୁଛନ୍ତି ତା ଉପରେ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos