ଫାଇଲିନକୁ ପୂରିଲା ୨ ବର୍ଷ

ଭୁବନେଶ୍ୱର: ଓଡ଼ିଶାରେ ଫାଇଲିନ୍ ତାଣ୍ଡବକୁ ଇତିମଧ୍ୟରେ ୨ ବର୍ଷ ପୂରଣ ହୋଇଛି। ସମଗ୍ର ଦକ୍ଷିଣ ଓଡ଼ିଶାକୁ ବିଶେଷ ଭାବେ ପ୍ରଭାବିତ କରିଥିବା ଫାଇଲିନ ବାତ୍ୟାର ବିଭୀଷିକା ଅନେକ ଲୋକଙ୍କ ମନରୁ ଏବେ ବି ଲିଭିନି। ୨୦୧୩ର ଅକ୍ଟୋବର ୧୨ ତାରିଖରେ ହୋଇଥିବା ଏହି ବାତ୍ୟା ସେତେବେଳେ ରାଜ୍ୟର ୧୩ଟି ଜିଲ୍ଲାର ୧ କୋଟି ୨ ଲକ୍ଷ ୬୫ ହଜାର, ୮୭୨ ଲୋକଙ୍କୁ ପ୍ରଭାବିତ କରିଥିଲା। ଫାଇଲିନ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିଲା ୪ ଲକ୍ଷ, ୫ ହଜାର ୧୯୩ ହେକ୍ଟର ଚାଷଜମି। ସରକାରୀ ଭାବେ ବାତ୍ୟାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା। ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଥିଲା ଗଞ୍ଜାମ ଜିଲ୍ଲା। ଗଞ୍ଜ।ମ ପରେ ଫାଇଲିନରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିଥିଲା ପୁରୀ ଜିଲ୍ଲାରେ।