ଆସିକା: ଏନ୍‌କାଉଣ୍ଟରେ ଆନ୍ତଃରାଜ୍ୟ ଡକାୟତ ଆହତ

ଆସିକା: ଗଞ୍ଜାମ ଜିଲ୍ଲା ଗାଜଲବାଡ଼ି ଘାଟିରେ ଶନିବାର ପୋଲିସ୍ ଏନ୍‌କାଉଣ୍ଟରରେ ଆନ୍ତଃରାଜ୍ୟ ଡକାୟତ ବିରେନ୍ଦ୍ର ନାୟକ ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ବିରେନ୍ଦ୍ରଙ୍କୁ ସୋରଡ଼ା ତା’ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବିରେନ୍ଦ୍ର ପାଖରୁ  ଗୋଟିଏ ୯ଏମ୍‌ଏମ୍ ପିସ୍ତଲ୍, ୩ ରାଉଣ୍ଡ ଗୁଳି, ୭ହଜାର ଟଙ୍କା ଓ ଚୋରି ମଟର ସାଇକେଲ ପୋଲିସ୍ ଜବତ କରିଛି। ଘଟଣାସ୍ଥଳରୁ ବିରେନ୍ଦ୍ରଙ୍କ ଦୁଇ ସହଯୋଗୀ ଫେରାର ହୋଇଯାଇଛନ୍ତି।