ଫୁଲବାଣୀ: ଅଗ୍ନିକାଣ୍ଡରେ ଦୋକାନ ପାଉଁଶ, ମାଲିକାଣୀ ଜୀବନ୍ତ ଦଗ୍ଧ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୁଚ୍ଛାପଡ଼ା ଥାନା ଅନ୍ତର୍ଗତ ପୋକାରୀ ଗାଁରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି ଏକ ଜଳଖିଆ ଦୋକାନ ପାଉଁଶ ହୋଇଯାଇଥିବା ବେଳେ ଦୋକାନର ମାଲିକାଣୀ ସୁଶୀଲା ସାହୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗାଁ ଲୋକଙ୍କ କହିବା ଅନୁଯାୟୀ, ଜଳଖିଆ ପ୍ରସ୍ତୁତ କରିବା ପାଇଁ ସୁଶୀଲା ସକାଳେ କାଠ ଚୁଲିରେ ନିଆଁ ଲଗାଇଥିଲେ। ତେବେ କୌଣସି କାରଣରୁ ଚୁଲିରୁ ନିଆଁ ତାଙ୍କ ଦେହରେ ଲାଗିଯାଇଥିଲା। ତା’ପରେ ଦେଖୁ ଦେଖୁ ନିଆଁରେ ସେ ପୋଡ଼ି ଯିବା ସହ […]

phulbani-fire

phulbani-fire

Rakesh Mallick
  • Published: Friday, 20 May 2016
  • Updated: 20 May 2016, 02:10 PM IST

Sports

Latest News

phulbani-fireଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୁଚ୍ଛାପଡ଼ା ଥାନା ଅନ୍ତର୍ଗତ ପୋକାରୀ ଗାଁରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି ଏକ ଜଳଖିଆ ଦୋକାନ ପାଉଁଶ ହୋଇଯାଇଥିବା ବେଳେ ଦୋକାନର ମାଲିକାଣୀ ସୁଶୀଲା ସାହୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଗାଁ ଲୋକଙ୍କ କହିବା ଅନୁଯାୟୀ, ଜଳଖିଆ ପ୍ରସ୍ତୁତ କରିବା ପାଇଁ ସୁଶୀଲା ସକାଳେ କାଠ ଚୁଲିରେ ନିଆଁ ଲଗାଇଥିଲେ। ତେବେ କୌଣସି କାରଣରୁ ଚୁଲିରୁ ନିଆଁ ତାଙ୍କ ଦେହରେ ଲାଗିଯାଇଥିଲା। ତା’ପରେ ଦେଖୁ ଦେଖୁ ନିଆଁରେ ସେ ପୋଡ଼ି ଯିବା ସହ ଦୋକାନଟି ମଧ୍ୟ ସମ୍ପୂର୍ଣ ଜଳିଯାଇଥିଲା। ଫୁଲବାଣୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା। ଗୁଚ୍ଛାପଡା ପୋଲିସ୍ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ଫୁଲବାଣୀ ଡାକ୍ତରଖାନାକୁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos