ମୁଖ୍ୟମନ୍ତ୍ରୀ ଶୁଣିବେ କି? ଗୋଟିଏ ଟୁଇଟ୍‌ ଅଟକାଇଦେଲା କୁନିପିଲାଙ୍କ ଜୀବନ

ଫୁଲବାଣୀ: ନାବାଳକ ଚାଲାଣ ଅଟକାଇଲା ସମୟୋଚିତ ଟୁଇଟ୍‌। ବ୍ରହ୍ମପୁରରୁ ସମ୍ବଲପୁର ଯାଉଥିବା ‘ଶିଭମ୍ ବସ୍‌’ରେ ୫ ଜଣ ନାବାଳକ ବେଆଇନ୍ ଚାଲାଣ କରାଯାଉଥିବା ନେଇ ଆଜି ସାଢ଼େ ଗୋଟାଏରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିଥିଲା ଏକ ଟୁଇଟ୍‌। ଏହି ଟୁଇଟ୍‌ ଅମିତ ନନ୍ଦ କରିଥିବା ଜଣାପଡ଼ିଛି। ଏହାର ରିଟୁଇଟ୍ କରି ତୁରନ୍ତ ଉଦ୍ଧାର ପାଇଁ ସିଏମ୍ଓଙ୍କ କାର୍ଯ୍ୟାଳୟରୁ ଆସିଥିଲା ନିର୍ଦ୍ଦେଶ। ଏହି ଆଧାରରେ ପୋଲିସ୍ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେଇଥିଲା। ପୋଲିସ ଫୁଲବାଣୀ ଏଫ୍‌ସିଆଇ ଛକରୁ ବସ୍‌କୁ ଅଟକାଇ ୫ ନାବାଳକଙ୍କୁ ଉଦ୍ଧାର କରିଥିଲା। ଏଥିସହ ୩ ଦଲାଲଙ୍କୁ ଗିରଫ କରିଥିଲା। ଚାଲାଣ ହେଉଥିବା ନାବାଳକମାନେ ଗଞ୍ଜାମ ଜିଲ୍ଲାର। ଏମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା।।