ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେହରେ ଲାଗି ହେବ ଫୁଲୁରି ତେଲ; ଜାଣନ୍ତୁ କ’ଣ ଏହି ଫୁଲୁରି ତେଲ

ପୁରୀ: ଆଜି ହେଉଛି ଅଣସରର ପଞ୍ଚମ ଦିନ। ଆଜି ପ୍ରଭୁଙ୍କ ଦେହରେ ଫୁଲୁରି ତେଲ ଲାଗି ହେବ।  ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏହି ତେଲ ଓଡ଼ିଆ ମଠରୁ ଆସିଥାଏ।  ଗତ ବର୍ଷ ହେରା ପଞ୍ଚମୀ ଦିନ ତିନିଟି ମାଟି ଘୁମାରେ ଘଣାପେଡ଼ା ରାଶିତେଲରେ ବେଣାଚେର, କୃଷ୍ଣଭୋଗ ଧାନ, କେତକୀ ଫୁଲ ସହ ବିଭିନ୍ନ ଔଷଧୀୟ ଫୁଲ ଓ ଔଷଧୀୟ ସାମଗ୍ରୀ ମିଶାଇ  ମାଟି ତଳେ ପୋତା ଯାଇଥାଏ।  ଏହି ତେଲକୁ ଦଇତାପତି ସେବକମାନେ ଶ୍ରୀ ଅଙ୍ଗରେ ମାଲିସ କରିଥାନ୍ତି। ବିଶ୍ୱାସ ରହିଛି,  ମାଲିସ ପରେ ମହାପ୍ରଭୁଙ୍କ ଶରୀର ପୀଡା ଲାଘବ ହୋଇଥାଏ।  ସ୍ନାନ ପୂର୍ଣ୍ଣିମାରେ ୧୦୮ କୁମ୍ଭଜଳ ସ୍ନାନ ପରେ ମହାପ୍ରଭୁ ଏବେ ଅଣସରରେ ଅଛନ୍ତି।