ପିଆଜ ମଞ୍ଜି ଯୋଗାଣ ଘୋଟାଲା: କୃଷି ବିଭାଗ କହିଲା ମଞ୍ଜି ଦେଇଥିବା କମ୍ପାନୀ ଠକ

ଭୁବନେଶ୍ୱର: ପିଆଜ ମଞ୍ଜି ଯୋଗାଣ ଘୋଟାଲାର ଗୁମର ଖୋଲିବାରେ ଲାଗିଛି। ଗତକାଲି କୃଷି ବିଭାଗର ତଦନ୍ତ ରିପୋର୍ଟରେ ପଶ୍ଚିମବଙ୍ଗ କମ୍ପାନୀର ଟେଣ୍ଡର୍ ଫିକ୍ସିଂ କେଳଙ୍କ।ରୀ ଓଟିଭି ପଦାକୁ ଆଣିଥିଲା। ଆଜି ନିଜେ କୃଷି ବିଭାଗ ପକ୍ଷରୁ ଏହି କମ୍ପାନୀର କଳା କାରନାମାର ଆଉ ଏକ ଗୁମର ଫିଟାଯାଇଛି । ଅନ୍ୟପକ୍ଷେ କମ୍ପାନୀ କର୍ତ୍ତୃପକ୍ଷ ବି ପ୍ରଥମ ଥର ପାଇଁ ମୁହଁ ଖୋଲି ବିହନ ନିଗମକୁ ଦୋଷ ଦେଇଛନ୍ତି। କୃଷି ଅଧିକାରୀ ପ୍ରବାସୀ ସେଠୀ କହିଛନ୍ତି ପିଆଜ ମଞ୍ଜି […]

onion

onion

Rakesh Mallick
  • Published: Wednesday, 04 November 2015
  • Updated: 04 November 2015, 02:23 PM IST

Sports

Latest News

ଭୁବନେଶ୍ୱର: ପିଆଜ ମଞ୍ଜି ଯୋଗାଣ ଘୋଟାଲାର ଗୁମର ଖୋଲିବାରେ ଲାଗିଛି। ଗତକାଲି କୃଷି ବିଭାଗର ତଦନ୍ତ ରିପୋର୍ଟରେ ପଶ୍ଚିମବଙ୍ଗ କମ୍ପାନୀର ଟେଣ୍ଡର୍ ଫିକ୍ସିଂ କେଳଙ୍କ।ରୀ ଓଟିଭି ପଦାକୁ ଆଣିଥିଲା। ଆଜି ନିଜେ କୃଷି ବିଭାଗ ପକ୍ଷରୁ ଏହି କମ୍ପାନୀର କଳା କାରନାମାର ଆଉ ଏକ ଗୁମର ଫିଟାଯାଇଛି । ଅନ୍ୟପକ୍ଷେ କମ୍ପାନୀ କର୍ତ୍ତୃପକ୍ଷ ବି ପ୍ରଥମ ଥର ପାଇଁ ମୁହଁ ଖୋଲି ବିହନ ନିଗମକୁ ଦୋଷ ଦେଇଛନ୍ତି।

କୃଷି ଅଧିକାରୀ ପ୍ରବାସୀ ସେଠୀ କହିଛନ୍ତି ପିଆଜ ମଞ୍ଜି ଦେଇଥିବା କମ୍ପାନୀ ଠକ। କମ୍ପାନୀର ଠିକଣା ଭୁଲ। ୨୦୧୦ -୧୧ରେ ପଶ୍ଚିମବଙ୍ଗର ଏହି କମ୍ପାନୀ ରାଜ୍ୟର ଚାଷୀଙ୍କୁ ନିମ୍ନମାନର ମୁଗ ବିହନ ଦେଇଥିବା ଅଭିଯୋଗ ହୋଇଥିଲା।  ମୁଗ ନ ଫଳିବାରୁ କମ୍ପାନୀକୁ ଟଙ୍କ। ନ ଦେବା ପାଇଁ ଜିଲ୍ଲା କୃଷି ଅଧିକାରୀମାନେ ବିହନ ନିଗମକୁ ଜଣାଇଥିଲେ। ବଲାଙ୍ଗିର, ଖୋର୍ଦ୍ଧା, ଝାରସୁଗୁଡ଼ା, ସୁନ୍ଦରଗଡ଼, ଯାଜପୁର, ଜଗତସିଂହପୁର, ପୁରୀ ଓ କଟକରୁ ଆସିଥିଲା ଏପରି ଚିଠି। କଥା ବିଧାନସଭାରେ ମଧ୍ୟ ଉଠିଥିଲା। ବର୍ତ୍ତମାନର କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ସେତେବେଳେ ମୁଗ ଗଛ ଆଣି ଗୃହରେ ତୁମ୍ୱି ତୋଫ।ନ କରିଥିଲେ। କେବଳ ଏହି ଗୋଟିଏ ଘଟଣା ନୁହେଁ, ୱେଷ୍ଟବେଙ୍ଗଲ ହାଇବ୍ରିଡ ସିଡସ ଆଣ୍ଡ ବାଇଓଟେକ ପ୍ରାଇଭେଟ ଲିମିଟେଡ ବିଭିନ୍ନ ସମୟରେ ନିମ୍ନମାନର ବିହନ ଦେଇ ସରକାରଙ୍କୁ ଚକମା ଦେଖାଇ ଟଙ୍କ। ନେଇଯାଇଥିବା କୃଷି ଅଧିକାରୀ ସେଠୀ କହିଛନ୍ତି। କମ୍ପାନୀ ଏମଡି ଅରୁଣ ଅଗ୍ରୱାଲ କହିଛନ୍ତି କୃଷି ଅଧିକାରୀ ଆମ କମ୍ପାନୀ ଠକ ସଂସ୍ଥା ବୋଲି ଯାହା କହୁଛନ୍ତି ତାକୁ ଲିଖିତ ଭାବେ ଦିଅନ୍ତୁ । ଆମେ ଦେଇଥିବା ମଞ୍ଜି ଖରାପ ବୋଲି କୁହାଯାଉଛି । ହେଲେ ଏପର୍ଯ୍ୟନ୍ତ ଆମକୁ ଏ ବିଷୟରେ କିଛି ଜଣାଯାଇନାହିଁ । ଆମ ଟଙ୍କା ବ୍ୟାଙ୍କରେ ରଖି ସେମାନେ ଲାଭ ନେଉଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story