ପିଆଜ ମଞ୍ଜି ଯୋଗାଣ ଘୋଟାଲା: ଟେଣ୍ଡର ଫିକ୍ସିଂରେ ନେତା ଓ ଅଧିକାରୀଙ୍କ ଅସାଧୁ ମେଣ୍ଟ ଅଭିଯୋଗ

ଭୁବନେଶ୍ୱର: ପିଆଜ ମଞ୍ଜି ଯୋଗାଣ ଘୋଟାଲାରେ ଯୋଡି ହୋଇଛି ଆଉ ଏକ ଅଭିଯୋଗର ନୂଆ ଫର୍ଦ୍ଦ। ଟେଣ୍ଡର ଫିକ୍ସଂରେ ଆସିଛି ନେତା ଓ ଅଧିକାରୀଙ୍କ ଅସାଧୁ ମେଣ୍ଟ ଅଭିଯୋଗ। କୃଷି ବିଭାଗର ତଦନ୍ତ ରିପୋର୍ଟରେ ଟେଣ୍ଡର ଫିକ୍ସିଂ କରିଥିବା କମ୍ପାନୀଙ୍କୁ ଟଙ୍କା ଫେରାଇ ଦେବାକୁ ଚିଠି ଲେଖିଛନ୍ତି ଖୋଦ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ।  କୃଷି ବିଭାଗର ଏହି ଦୁର୍ନୀତି ଅଭିଯୋଗକୁ ନେଇ ଏବେ ସରକାର ହରଡଘଣାରେ ପଡିଛନ୍ତି । ବିରୋଧୀ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି। ପ୍ରଥମେ କୃଷି […]

onion

onion

Rakesh Mallick
  • Published: Saturday, 07 November 2015
  • Updated: 08 November 2015, 04:00 AM IST

Sports

Latest News

onionଭୁବନେଶ୍ୱର: ପିଆଜ ମଞ୍ଜି ଯୋଗାଣ ଘୋଟାଲାରେ ଯୋଡି ହୋଇଛି ଆଉ ଏକ ଅଭିଯୋଗର ନୂଆ ଫର୍ଦ୍ଦ। ଟେଣ୍ଡର ଫିକ୍ସଂରେ ଆସିଛି ନେତା ଓ ଅଧିକାରୀଙ୍କ ଅସାଧୁ ମେଣ୍ଟ ଅଭିଯୋଗ। କୃଷି ବିଭାଗର ତଦନ୍ତ ରିପୋର୍ଟରେ ଟେଣ୍ଡର ଫିକ୍ସିଂ କରିଥିବା କମ୍ପାନୀଙ୍କୁ ଟଙ୍କା ଫେରାଇ ଦେବାକୁ ଚିଠି ଲେଖିଛନ୍ତି ଖୋଦ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ।  କୃଷି ବିଭାଗର ଏହି ଦୁର୍ନୀତି ଅଭିଯୋଗକୁ ନେଇ ଏବେ ସରକାର ହରଡଘଣାରେ ପଡିଛନ୍ତି । ବିରୋଧୀ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି।

ପ୍ରଥମେ କୃଷି ବିଭାଗର ତଦନ୍ତ ରିପୋର୍ଟରୁ ହିଁ ପିଆଜ ମଞ୍ଜି ଯୋଗାଣରେ ଟେଣ୍ଡର ଫିକ୍ସିଂ ହୋଇଥିବା ପ୍ରମାଣ ମିଳିଥିଲା। ପରେ ବିହନ ନିଗମ ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗକୁ ଚିଠି ଲେଖିଥିଲା। କୃଷି ମନ୍ତ୍ରୀ ବି କହିଲେ ଭିଜିଲାନ୍ସ ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ। ତେବେ ଆଶ୍ଚର୍ଯ୍ୟର କଥା,  ଭିଜିଲାନ୍ସ ବିଭାଗର ତଦନ୍ତ ରିପୋର୍ଟ ଆସି ନ ଥିବାବେଳେ ଅଭିଯୋଗ ଆସିଥିବା କମ୍ପାନୀକୁ ଟଙ୍କା ଦେବାକୁ ଖୋଦ କୃଷିମନ୍ତ୍ରୀ ଓକିଲାତି କରିଛନ୍ତି। ସେପ୍ଟେମ୍ବର ୨୯ରେ ବିହନ ନିଗମକୁ ଚିଠି ଲେଖି ମନ୍ତ୍ରୀ କହିଛନ୍ତି, ପିଆଜ ମଞ୍ଜି ଯୋଗାଇଥିବା ୱେଷ୍ଟବେଙ୍ଗଲ ହାଇବ୍ରିଡ ସିଡସ୍ ଆଣ୍ଡ ବାୟୋଟେକର ବକେୟା ଟଙ୍କ। ଦିଆ ନ ଗଲେ ଏଥିପାଇଁ ସରକାର ଦାୟୀ ରହିବେ ନାହିଁ। ମନ୍ତ୍ରୀଙ୍କ ଏ ଓକିଲାତିକୁ ନେଇ କୃଷି ବିଭାଗର ଯୁଗ୍ନ ନିର୍ଦ୍ଦେଶକ ପ୍ରବାସୀ ସେଠୀ ଅଭିଯୋଗ କରିଛନ୍ତି ଟେଣ୍ଡର ଫିକ୍ସିଂରେ ନେତା ଅଧିକାରୀଙ୍କ ଅସାଧୁ ମେଣ୍ଟ ରହିଛି।

ଏପଟେ ପିଆଜ ମଞ୍ଜି ଘୋଟାଲାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ଓ ବିଜେପି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଏହି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଜନସାଧାରଣ ଏହାର ଜବାବ ଦେବେ । ଏହି ଘୋଟାଲା ପଦାକୁ ଆସି ସାରିଲାଣି, ଅସାଧୁ ମେଣ୍ଟ କରାଯାଇ ଏହି ଘୋଟାଲା କରାଯାଇଥିବା ସେ କହିଛନ୍ତି। ସେହିପରି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ପିଆଜ କିଣା ଦୁର୍ନୀତିରେ ଅଣ ଓଡ଼ିଆ ବ୍ୟବସାୟୀ ଓ ଅଣ ଓଡ଼ିଆ ଆଇଏସ ଅଧିକାରୀମାନେ ଏଥିରେ ସମ୍ପୃକ୍ତ ଅଛନ୍ତି। ସେମାନଙ୍କ ବିରୋଧରେ ଅପରାଧ ମାମଲା ରୁଜୁ କରାଯାଇ ଗିରଫ କରାଯାଉ । ନେତାଙ୍କ ସମ୍ପୃକ୍ତି ନ ଥିଲେ ଏପରି ଦୁର୍ନୀତି ହେବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ପୂର୍ବତନ କୃଷି ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, ପିଆଜ ଫଳି ନ ଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି । ହେଲେ ମଞ୍ଜି କିଣାରେ କି ଦୁର୍ନୀତି ହୋଇଛି ସେ ସମ୍ପର୍କରେ ମୋ ପାଖରେ କିଛି ସୂଚନା ନାହିଁ ବୋଲି ସେ କହିଛନ୍ତି। ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି ସରକାର କାହାରିଙ୍କୁ ଘଣ୍ଟ ଘୋଡାଇବେ ନାହିଁ। ଘଟଣାର ତଦନ୍ତ କରାଯାଇ ଯିଏ ବି ଏଥିରେ ସମ୍ପୃକ୍ତ ଥିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos