ପିଆଜ ମଞ୍ଜି ଯୋଗାଣରେ ଘୋଟାଲା: ଟେଣ୍ଡର ଫିକ୍ସିଂରେ ବିହନର ନିଗମର ପୂର୍ବତନ ଏମଡିଙ୍କ ସମ୍ପୃକ୍ତି ଅଭିଯୋଗ

ଭୁବନେଶ୍ୱର: ପିଆଜ ମଞ୍ଜି ଯୋଗାଣ ଘୋଟାଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ମଞ୍ଜି କିଣାରେ ହୋଇଥିବା ଟେଣ୍ଡର ଫିକ୍ସିଂରେ ବରିଷ୍ଠ ଆଇଏଏସ୍ ତଥା ବିହନ ନିଗମର ପୂର୍ବତମ ଏମଡି ଆର.ସନ୍ଥ ଗୋପାଳନଙ୍କ ସମ୍ପୃକ୍ତି ଅଭିଯୋଗ ଆସିଛି । ଏହି ଅଭିଯୋଗ ଆଣିଛନ୍ତି ଖୋଦ କୃଷି ବିଭାଗର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ। କେବଳ ଏହି ପିଆଜ ମଞ୍ଜି ନୁହେଁ ପ୍ରତିବର୍ଷ କୃଷି ଓ ଆନୁଷଙ୍ଗିକ ବିଭାଗରେ କୋଟି କୋଟି ଟଙ୍କ।ର ଦୁର୍ନୀତି ହେଉଥିବା ଏହି […]

onion

onion

Rakesh Mallick
  • Published: Friday, 06 November 2015
  • Updated: 06 November 2015, 02:06 PM IST

Sports

Latest News

ଭୁବନେଶ୍ୱର: ପିଆଜ ମଞ୍ଜି ଯୋଗାଣ ଘୋଟାଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ମଞ୍ଜି କିଣାରେ ହୋଇଥିବା ଟେଣ୍ଡର ଫିକ୍ସିଂରେ ବରିଷ୍ଠ ଆଇଏଏସ୍ ତଥା ବିହନ ନିଗମର ପୂର୍ବତମ ଏମଡି ଆର.ସନ୍ଥ ଗୋପାଳନଙ୍କ ସମ୍ପୃକ୍ତି ଅଭିଯୋଗ ଆସିଛି । ଏହି ଅଭିଯୋଗ ଆଣିଛନ୍ତି ଖୋଦ କୃଷି ବିଭାଗର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ। କେବଳ ଏହି ପିଆଜ ମଞ୍ଜି ନୁହେଁ ପ୍ରତିବର୍ଷ କୃଷି ଓ ଆନୁଷଙ୍ଗିକ ବିଭାଗରେ କୋଟି କୋଟି ଟଙ୍କ।ର ଦୁର୍ନୀତି ହେଉଥିବା ଏହି ଅଧିକାରୀ ଜଣଙ୍କ ଅଭିଯୋଗ କରିଛନ୍ତି।

ପିଆଜ ମଞ୍ଜି ଘୋଟାଲାରେ ବିହନ ନିଗମର ପୂର୍ବତନ ଏମଡି ଗୋପାଳନଙ୍କ ସମ୍ପୃକ୍ତ ଥିବା ଅଭିଯୋଗ କରୁଛନ୍ତି କୃଷି ବିଭାଗର ଯୁଗ୍ନ ନିର୍ଦ୍ଦେଶକ ପ୍ରବାସୀ ସେଠୀ । ତଦନ୍ତ ରିପୋର୍ଟରେ କୁହାଯାଇଛି ଟେଣ୍ଡର ବନ୍ଦ ହେବାର ଶେଷ ତାରିଖ ୨୦୧୪ ଅଗଷ୍ଟ ୧୯ ତାରିଖ ଥିଲା। ଡେଡଲାଇନ ଥିଲା ଦିନ ୨ଟା। ମାତ୍ର ୨ ମିନିଟ ବ୍ୟବଧାନ ଅର୍ଥାତ ୧୨ଟା ୫୨ରୁ ୫୪ ମଧ୍ୟରେ ଟେଣ୍ଡର ପାଇଁ ୩ଟି ସଂସ୍ଥା ଆବେଦନ କରିଛନ୍ତି। ଟେଣ୍ଡର ପାଇଥିବା ପଶ୍ଚିମବଙ୍ଗର ହାଇବ୍ରିଡ ସିଡସ ଆଣ୍ଡ ବାଇଓଟେକ ଆବେଦନ କରିଛି ୧ଟା ୪୫ରେ।  ନିୟମ ଅନୁସାରେ କୋରିଅର କିମ୍ୱା ସ୍ପିଡ ପୋଷ୍ଟରେ ଟେଣ୍ଡର ପେପର ଆସି ନ ଥିଲା।  ଯେଉଁ କିସମର ବିହନ ପାଇଁ ଟେଣ୍ଡର କରାଯାଇଥିଲା ତାହା ବି ଦେଇ ନ ଥିଲା ସଂସ୍ଥା। ଏହାକୁ ଆଧାର କରି ଟେଣ୍ଡର ମଞ୍ଜୁର କରିଥିବା ସେତେବେଳେର ବିହନ ନିଗମର ଏମଡିଙ୍କ ଆଡକୁ ସିଧାସଳଖ ଆଙ୍ଗୁଳି ଉଠାଇଛନ୍ତି କୃଷି ବିଭାଗର ଅଧିକାରୀ ସେଠୀ। ଖାଲି ପିଆଜ ମଞ୍ଜି ଟେଣ୍ଡର ମୁହେଁ ପ୍ରତିବର୍ଷ ୫୦ରୁ ୧୦୦ କୋଟି ଟଙ୍କ।ର ଦୁର୍ନୀତି ହେଉଥିବା ସେ ଅଭିଯୋଗ କରିବା ସହ ଘଟଣାର ସିବିଆଇ ତଦନ୍ତ ହେଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି। ଅଭିଯୋଗ ଆସିଥିବା ସେତେବେଳର ବିହନ ନିଗମର ଏମିଡି ଆର.ଏସ. ଗୋପାଳନ ପ୍ରତିକ୍ରିୟା ରଖି ବ୍ୟକ୍ତିଗତ ଆକ୍ରୋଶ ରଖି ତାଙ୍କ ନାଁରେ ଏପରି ଅଭିଯୋଗ କରାଯାଇଥିବା କହିଛନ୍ତି। ଦୁଇଦିନ ତଳେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ପିଆଜ ମଞ୍ଜି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ହେଉଛି ବୋଲି କହିଥିଲେ। ଅନ୍ୟପକ୍ଷେ ବିହନ ନିଗମ ଗତ ୩୦ ତାରିଖ ଦିନ ଭିଜିଲାନ୍ସ ବିଭାଗକୁ ପୁଣି ଚିଠି ଲେଖି ତଦନ୍ତର ଅଗ୍ରଗତି ସମ୍ପର୍କରେ ପଚାରିଥିଲା ମଧ୍ୟ କୌଣସି ଉତ୍ତର ମିଳିନାହିଁ।

ସୂଚନାଯୋଗ୍ୟ, କିଛିଦିନ ହେବ ରାଜ୍ୟରେ ପିଆଜ ଦର ଚଢା ରହିଛି । ବିଭିନ୍ନ ସ୍ଥାନରେ ପିଆଜ ୫୦ରୁ ୬୦ ଟଙ୍କା କିଲୋରେ ବିକ୍ରି ହେଉଛି । ସ୍ଥିତି ଏପରି ହୋଇଛି ଯେ, ଗରିବ ଓ ମଧ୍ୟବିତ ଲୋକଙ୍କ ରୋଷେଇ ଘରୁ ପିଆଜ ଉଭାନ ହୋଇଯିବାକୁ ବସିଛି। ଏପରି ସ୍ଥିତି ଏହି କିଛିଦିନ ହେବ ଦେଖାଯାଇନି । କିଛିବର୍ଷ ହେବ ଏପରି ସମସ୍ୟା ଦେଖିବାକୁ ମିଳୁଛି । ବର୍ଷର ୩ରୁ ୪ମାସ ପିଆଜ ଦର ୫୦ରୁ ୬୦ ଟଙ୍କା ଉପରେ ରହୁଛି । ଏପରି ସ୍ଥିତିରେ ରାଜ୍ୟରେ ପିଆଜ ଉତ୍ପାଦନ ବୃଦ୍ଧି ଲାଗି ପଦକ୍ଷେପ ନିଆଯାଉଛି । ହେଲେ ପିଆଜ ମଞ୍ଜି ଯୋଗାଣରେ ଘୋଟାଲା କରାଯିବା ଯୋଗୁଁ ଚାଷୀଙ୍କୁ ନିମ୍ନମାନର ବିହନ ମିଳିଥିଲା । ଏହି ମଞ୍ଜିରେ ଗଛ ଉଠିଥିଲେ ମଧ୍ୟ ପିଆଜ ଫଳି ନ ଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story