ପିକ୍‌ନିକ୍‌ କରିବାକୁ ଯାଉଥିଲେ, ପିଟିଦେଲା ପିକ୍‌ଅପ୍‌ ଭ୍ୟାନ୍‌

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୂଆଝରଣ ଘାଟିରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ପଛରୁ ଧକ୍କା ଦେବାରୁ ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।

ମୃତକ ହେଲେ ସୌରଭ କିଶୋର ଦାସ। ତାଙ୍କ ଘର ଭଦ୍ରକରେ। ଆହତମାନେ ହେଲେ- କୋରାପୁଟର ବିବେକ ଏକ୍କା, ଜାରକାର ରାକେଶ ପାଣିଗ୍ରାହୀ ଓ ଭୁବନେଶ୍ୱରର ଦିନେଶ ସାହୁ। ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

car12
ରାସ୍ତାକଡ଼କୁ ଓଲଟି ପଡ଼ିଛି କାର୍‌

ଏମାନେ ପିକ୍‌ନିକ୍ କରିବା ପାଇଁ ଭୁବନେଶ୍ୱରରୁ କାର୍ ଯୋଗେ ସାନଘାଗରା ଆସୁଥିଲେ। ଆଜି ପିକ୍‌ନିକ୍ କରି ଥାଆନ୍ତେ। ତେବେ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମସ୍ତ ଆହତ ଭୁବନେଶ୍ୱରରେ ରୁହନ୍ତି। ମୃତ ଯୁବକ ମଧ୍ୟ ଭୁବନେଶ୍ୱରରେ ରହୁଥିଲେ।