ଘୁଷୁରି ନିୟନ୍ତ୍ରଣ ପାଇଁ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି: ପ୍ରଦୀପ ମହାରଥୀ

ଭୁବନେଶ୍ୱର: ଘୁଷୁରିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଘୁଷୁରିକୁ ଦୂର ସ୍ଥାନରେ ରଖିବା ପାଇଁ ଲୋକଙ୍କୁ ସଚେତନ କରାଯିବ ବୋଲି ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି। ସେ କହିଛନ୍ତି,“ସାଧାରଣତଃ  ଗରିବ ପରିବାର ଲୋକେ ଘୁଷୁରି ପାଳି ବଞ୍ଚନ୍ତି। ଘୁଷୁରି ମାଂସକୁ ମଧ୍ୟ ଖାଦ୍ୟ ରୂପେ ଗ୍ରହଣ କରନ୍ତି। ତେଣୁ ସବୁ ଦିଗକୁ ଚିନ୍ତା କରି କ’ଣ ପଦକ୍ଷେପ ନିଆଯାଇ ପାରିବ ସରକାର ଏ […]

maharathi

maharathi

Rakesh Mallick
  • Published: Saturday, 15 October 2016
  • Updated: 15 October 2016, 07:35 PM IST

ଭୁବନେଶ୍ୱର: ଘୁଷୁରିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଘୁଷୁରିକୁ ଦୂର ସ୍ଥାନରେ ରଖିବା ପାଇଁ ଲୋକଙ୍କୁ ସଚେତନ କରାଯିବ ବୋଲି ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି।

ସେ କହିଛନ୍ତି,“ସାଧାରଣତଃ  ଗରିବ ପରିବାର ଲୋକେ ଘୁଷୁରି ପାଳି ବଞ୍ଚନ୍ତି। ଘୁଷୁରି ମାଂସକୁ ମଧ୍ୟ ଖାଦ୍ୟ ରୂପେ ଗ୍ରହଣ କରନ୍ତି। ତେଣୁ ସବୁ ଦିଗକୁ ଚିନ୍ତା କରି କ’ଣ ପଦକ୍ଷେପ ନିଆଯାଇ ପାରିବ ସରକାର ଏ ନେଇ ସଚେତନ ଅଛନ୍ତି। ଠିକଣା ସମୟରେ ସରକାର ଠିକ୍‌ ନିଷ୍ପତ୍ତି ନେବେ। ମାଲକାନଗିରି ଜିଲ୍ଲାରେ ଶିକ୍ଷାର ଅଭାବ ରହିଛି। ତେଣୁ ବିଭିନ୍ନ ନୋଡାଲ ଅଫିସର, ଅଙ୍ଗନୱାଡି କର୍ମୀ ଓ ଶିକ୍ଷକମାନଙ୍କୁ ଭିନ୍ନ ଭିନ୍ନ ପଞ୍ଚାୟତରେ ଲୋକଙ୍କୁ ସଚେତନ କରିବା ପାଇଁ ବ୍ୟବସ୍ଥା କରାଯାଉଛି।”

ସେ ଆହୁରି କହିଛନ୍ତି,“ଏନ୍‌ସେଫାଲାଇଟିସ୍‌ ନିୟନ୍ତ୍ରଣ କରିବା ପାଇଁ ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ଖୋଲିଛନ୍ତି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ କଣ ସବୁ ପଦ କ୍ଷେପ ନିଆଯିବ ଏ ନେଇ ସରକାର ସଜାଗ ଅଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos