ଭୁବନେଶ୍ୱର: ଝୁଲିଲା ପାଇପ୍ ଯୋଗେ ରନ୍ଧନ ଗ୍ୟାସ ଯୋଗାଣ ପ୍ରକଳ୍ପର ଭାଗ୍ୟ। ରାଜ୍ୟ ସରକାରଙ୍କ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟନରାନ୍ସ କମିଟି ଏହି ପ୍ରକଳ୍ପକୁ ମଞ୍ଜୁରୀ ନ ଦେବା ପରେ ଏପରି ଆଶଙ୍କା ସୃଷ୍ଟି ହୋଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତ,“ଏହା ପଛରେ ସେ ରାଜନୈତିକ ଗନ୍ଧ ବାରୁ ନ ଥିଲେ ବି କିଛି ଯାଞ୍ଚ ପାଇଁ ହୁଏତ ସରାକର ପ୍ରକଳ୍ପକୁ ଗ୍ରୀନ ସିଗନାଲ ଦେଇନାହାନ୍ତି।”
ଏପଟେ ବିଜେଡି କହିଛି,“ଗ୍ୟାସ୍ ଅଥରିଟି ଅଫ ଇଣ୍ଡିଆର ଏହି ପ୍ରକଳ୍ପ କେବଳ ଭୁବନେଶ୍ୱରର ନାଲକୋ ନଗର ଓ ଏମ୍ସିଏଲ୍ କଲୋନୀ ଲୋକଙ୍କ ପାଇଁ ପ୍ରସ୍ତାବ ଥିବାରୁ ସରକାର ଏହାକୁ ବିଳମ୍ବିତ କରିଛନ୍ତି। ଭୁବନେଶ୍ୱର ଓ କଟକରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରସ୍ତାବ ଦେବାକୁ ଗେଲ୍ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।