ଆସନ୍ତା ୩୦ରେ ପିପିଲି ଉପନିର୍ବାଚନ, ଆଜିଠୁ ଲାଗୁ ହେଲା ଆଚରଣ ବିଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆସନ୍ତା ୩୦ରେ ହେବ  ପିପିଲି ଉପନିର୍ବାଚନ। ଉପନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ଅକ୍ଟୋବର  ୩ ତାରିଖରେ ଭୋଟ ଗଣତି ହେବ।  ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ । ପିପିଲି ପାଇଁ ଆଜିଠାରୁ ଲାଗୁ ହେଲା ନିର୍ବାଚନ ଆଚରଣବିଧି । ପିପିଲି ଉପନିର୍ବାଚନ ଲାଗି ୧୦ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ସେମାନଙ୍କ ମଧ୍ୟରେ ୩ ପ୍ରମୁଖ ଦଳ ହେଉଛନ୍ତି ବିଜେପି, କଂଗ୍ରେସ, ବିଜେଡି । […]

Niharika Rout
  • Published: Saturday, 04 September 2021
  • Updated: 04 September 2021, 01:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆସନ୍ତା ୩୦ରେ ହେବ  ପିପିଲି ଉପନିର୍ବାଚନ। ଉପନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ଅକ୍ଟୋବର  ୩ ତାରିଖରେ ଭୋଟ ଗଣତି ହେବ।  ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ । ପିପିଲି ପାଇଁ ଆଜିଠାରୁ ଲାଗୁ ହେଲା ନିର୍ବାଚନ ଆଚରଣବିଧି ।

ପିପିଲି ଉପନିର୍ବାଚନ ଲାଗି ୧୦ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ସେମାନଙ୍କ ମଧ୍ୟରେ ୩ ପ୍ରମୁଖ ଦଳ ହେଉଛନ୍ତି ବିଜେପି, କଂଗ୍ରେସ, ବିଜେଡି । ବିଜେପିରୁ ଆଶ୍ରିତ ପଟ୍ଟନାୟକ ହୋଇଛନ୍ତି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଓ ବିଜେଡିିରୁ ପ୍ରାର୍ଥୀ ହୋଇଛନ୍ତି ରୁଦ୍ର ପ୍ରତାପ ମହାରଥୀ।  ୩ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ଅନ୍ୟାନ୍ୟ ଦଳରୁ ୭ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି ।

ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର  କରିବା ନିମନ୍ତେ ଅନୁମତି ମିଳିଛି।  ମାତ୍ର ୯ ଦିନ ପାଇଁ ହେବ କ୍ୟାମ୍ପେନିଂ । ଷ୍ଟାର କ୍ୟାମ୍ପେନର ତାଲିକା ୨୦ରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଡ୍ ଶୋ, ବାଇକ୍ ଓ ସାଇକେଲ ରାଲିକୁ ମନା କରାଯାଇଛି ।  ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ବେଳେ ପ୍ରାର୍ଥୀଙ୍କ ସହ ୫ ଜଣଙ୍କୁ ଅନୁମତି ମିଳିଛି।

ଏହାବାଦ ନିର୍ବାଚନ କମିଶନଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ,  ନୂଆ ପ୍ରାର୍ଥୀପତ୍ର ଦାଖଲ ହେବ ନାହିଁ। ଆଗରୁ ଯେଉଁ ନାମାଙ୍କନ କାଏମ ରହିଛି, କେବଳ ସେମାନେ ନିର୍ବାଚନ ଲଢ଼ିବେ।

ସୂଚନାଯୋଗ୍ୟ, ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଥିଲା। ଏହାପରେ ମେ ୧୬ ତାରିଖରେ ସେଠାରେ ଉପନିର୍ବାଚନ କରାଯିବା ନିମନ୍ତେ ଘୋଷଣା ହୋଇଥିଲା। ହେଲେ ଏହା ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ବିୟୋଗ ହୋଇଥିଲା। ତାଙ୍କ ଦେହାନ୍ତ ଯୋଗୁ ପିପିଲି ଉପନିର୍ବାଚନକୁ ସ୍ଥଗିତ  ରଖାଯାଇଥିଲା।

ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଥିଲେ, ଉପନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା ଚାଲିଥିଲା। କିନ୍ତୁ ହଠାତ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ପୁରୀ ADM ଉପନିର୍ବାଚନ ସ୍ଥଗିତ ନେଇ ଘୋଷଣା କରିବା ସହ  ସ୍ଥଗିତ ଆଦେଶ କପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାର (ସିଇଓ) ଓ ECIକୁ ପଠାଇଥିଲେ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ନିର୍ବାଚନକୁ ସ୍ଥଗିତ ରଖିବାକୁ  ନିଷ୍ପତ୍ତି ନେଇଥିଲେ ଭାରତୀୟ ନିର୍ବାଚନ କମିଶନ।

ସୂଚନାଯୋଗ୍ୟ, ପିପିଲି ବିଧାନସଭା ଆସନ ପାଇଁ ବିଜେଡି ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରିଥିଲା। ତାଙ୍କ ବିପକ୍ଷରେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ମଇଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ତରଫରୁ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରାଯାଇଥିଲା। ହେଲେ ନିର୍ବାଚନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ଅଜିତ ମଙ୍ଗରାଜ।

ରୁଦ୍ର ପ୍ରଥମ ଥର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ବେଳେ ୨୦୧୯ ନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ବିରୋଧରେ ଲଢ଼ି ସାରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ଆଶ୍ରିତ ପଟ୍ଟନାୟକ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ବିରୋଧରେ ଲଢ଼େଇ କରି ପରାସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos