ଆଜିଠୁ ଗଞ୍ଜାମରେ ପ୍ଲାଜମା ଥେରାପି

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଏହି ଚିକିତ୍ସା ପଦ୍ଧତି ବେଶ୍ ଫଳପ୍ରଦ ହେଉଥିବାରୁ ଗଞ୍ଜାମରେ ମଧ୍ୟ ଏହାକୁ ପ୍ରୟୋଗ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ କଟକ ଏସସିବିରେ ପ୍ଲାଜମା ଥେରାପି କରାଯାଇଥିଲା। ଯେଉଁ ଗୁରୁତର ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି  ଦ୍ୱାରା ଚିକିତ୍ସା କରାଯାଇଥିଲା, ସେମାନେ ପ୍ରାୟତଃ ସୁସ୍ଥ ହେଲେଣି। ତେଣୁ ରାଜ୍ୟର କରୋନା ହଟ୍‌ସ୍ପଟ୍‌ ଗଞ୍ଜାମ ଜିଲ୍ଲାରେ ବି ଏହି ଚିକିତ୍ସା ପଦ୍ଧତି ଆପଣେଇବାକୁ ନିଷ୍ପତ୍ତି […]

plazama

plazama

Tapaswini Nayak
  • Published: Tuesday, 21 July 2020
  • Updated: 21 July 2020, 07:51 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଏହି ଚିକିତ୍ସା ପଦ୍ଧତି ବେଶ୍ ଫଳପ୍ରଦ ହେଉଥିବାରୁ ଗଞ୍ଜାମରେ ମଧ୍ୟ ଏହାକୁ ପ୍ରୟୋଗ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ କଟକ ଏସସିବିରେ ପ୍ଲାଜମା ଥେରାପି କରାଯାଇଥିଲା। ଯେଉଁ ଗୁରୁତର ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି  ଦ୍ୱାରା ଚିକିତ୍ସା କରାଯାଇଥିଲା, ସେମାନେ ପ୍ରାୟତଃ ସୁସ୍ଥ ହେଲେଣି। ତେଣୁ ରାଜ୍ୟର କରୋନା ହଟ୍‌ସ୍ପଟ୍‌ ଗଞ୍ଜାମ ଜିଲ୍ଲାରେ ବି ଏହି ଚିକିତ୍ସା ପଦ୍ଧତି ଆପଣେଇବାକୁ ନିଷ୍ପତ୍ତି ନିଆଯାଇଛି। ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲରେ ପ୍ରଥମେ ପ୍ରୟୋଗ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ବ୍ରହ୍ମପୁର ଅମିତ ହସ୍ପିଟାଲରେ ୧୬ ICU ବେଡ୍ ସହ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ହେବ। କଟକ ଅଶ୍ୱିନୀ ହସ୍ପିଟାଲ ଏହାକୁ ପରିଚାଳନା କରିବ। ଗଞ୍ଜାମରେ କୋଭିଡ୍ ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ଦୁଇ ଜଣ ଆଇଏଏସ୍ ଅଫିସର, ୨୫ ଓଏଏସ ଅଫିସର, ୧୦୫ ଜଣ ଓଆରଏସ୍ ଅଫିସର୍, ୩୦ ଜଣ ଏମ୍‌ବିବିଏସ୍ ଡାକ୍ତର, ୧୦୦ ଆୟୁଷ ଡାକ୍ତର ଓ ୨୭ ଲାବୋରେଟୋରୀ ଟେକ୍ନିସିଆନଙ୍କୁ ନିୟୋଜିତ କରାଯାଇଛି। ୩ଜଣ ଡିଏସ୍‌ପିଙ୍କ ସମେତ ବିଭିନ୍ନ ପାହ୍ୟାର ଅଫିସର୍ ଓ ୧୦ ପ୍ଲାଟୁନ ପୁଲିସ୍‌  ଗଞ୍ଜାମ ପଠାଇବାକୁ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos