ମମିତା ମାମଲା: ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ

କଟକ(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ କରାଯାଇଛି। ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ଏନେଇ ଇଣ୍ଟେରିମ୍ ଆପ୍ଲିକେସନ ଦେଇଛି। ମୂଳ ମାମଲାରେ ସାନି ଆବେଦନ ଯୋଡ଼ିଛି ଏହି ସଂଗଠନ। ସିବିଆଇ ତଦନ୍ତ ଓ ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ପୂର୍ବରୁ ଭାରତୀୟ ବିକାଶ ପରିଷଦ ଆବେଦନ କରିଥିଲା। ହାଇକୋର୍ଟରେ […]

orissa-high-court

orissa-high-court

Tapaswini Nayak
  • Published: Thursday, 18 November 2021
  • Updated: 18 November 2021, 02:09 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ କରାଯାଇଛି। ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ଏନେଇ ଇଣ୍ଟେରିମ୍ ଆପ୍ଲିକେସନ ଦେଇଛି। ମୂଳ ମାମଲାରେ ସାନି ଆବେଦନ ଯୋଡ଼ିଛି ଏହି ସଂଗଠନ। ସିବିଆଇ ତଦନ୍ତ ଓ ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ପୂର୍ବରୁ ଭାରତୀୟ ବିକାଶ ପରିଷଦ ଆବେଦନ କରିଥିଲା।

ହାଇକୋର୍ଟରେ ମାମଲା ଦାୟର ପରେ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି।  ମନ୍ତ୍ରୀଙ୍କ ସଂପୃକ୍ତି ନେଇ ପୀଡ଼ିତାଙ୍କ ବାପା ମଧ୍ୟ ଅଭିଯୋଗ କରିଛନ୍ତି।  ତେଣୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛି ପରିଷଦ।

ଏହା ସହିତ ଉତ୍ତରାଞ୍ଚଳ ଡିଆଇଜି, ବଲାଙ୍ଗିର ଏସ୍‌ପିଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଅନୁରୋଧ କରାଯାଇଛି।  ଅପରାଧୀଙ୍କୁ ଖସାଇବା ପାଇଁ ଉଭୟ ଷଡ଼ଯନ୍ତ୍ରରେ ସାମିଲ ଥିବାର ଅଭିଯୋଗ ଅଛି।  ତେଣୁ ଉଭୟଙ୍କ ନାଁରେ ମାମଲା ସହ ତଦନ୍ତ ପରିସରଭୁକ୍ତ କରିବାକୁ ଅପିଲ କରିଛି ପରିଷଦ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos