ଦିଲୀପଙ୍କ ପାଇଁ ଦୈବୀ ଦୁଃଖ: ଦୃଷ୍ଟି ଶକ୍ତି ନଦେଇ ଦୁନିଆକୁ ପଠେଇଲେ, ଏବେ ନେଇଗଲେ ହାତ ଗୋଡ଼

ଭୁବନେଶ୍ୱର: ସତରେ ଦୈବ କେତେ ନିଷ୍ଠୁର। ଜନ୍ମରୁ ଖଞ୍ଜି ଦେଲେ ଅଗ୍ନି ପରୀକ୍ଷା। ଦୃଷ୍ଟି ଶକ୍ତି ନ ଦେଇ ଦୁନିଆକୁ ପଠେଇଲେ। ତଥାପି ଯେତେ ବାଧାବିଘ୍ନ ଆସିଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିରେ ଶିଶୁଟି  ଆଗକୁ ବଢିବା ପାଇଁ ପ୍ରୟାସ କରିଥିଲା। ଆଉ ସିଏ ଯେତେବେଳେ ବଡ଼ ହୋଇ  ଅନ୍ଧକାରମୟ ଜୀବନକୁ ଆଲୋକମୟ କରିବାକୁ ପ୍ରୟାସ କଲା ପୁଣି ଦାଉସାଜିଲା ଦୈବ। ଏମିତି କିଛି ଦୁଃଖଦ ଘଟଣା ଜଗତସିଂପୁରର ଭିନ୍ନକ୍ଷମ ଦିଲୀପ ସାହୁଙ୍କ କ୍ଷେତ୍ରରେ ଘଟିଛି। କୁହାଯାଏ ଗୋଟିଏ […]

dillip-3

dillip-3

Rakesh Mallick
  • Published: Saturday, 08 July 2017
  • Updated: 08 July 2017, 01:13 PM IST

Sports

Latest News

ଭୁବନେଶ୍ୱର: ସତରେ ଦୈବ କେତେ ନିଷ୍ଠୁର। ଜନ୍ମରୁ ଖଞ୍ଜି ଦେଲେ ଅଗ୍ନି ପରୀକ୍ଷା। ଦୃଷ୍ଟି ଶକ୍ତି ନ ଦେଇ ଦୁନିଆକୁ ପଠେଇଲେ। ତଥାପି ଯେତେ ବାଧାବିଘ୍ନ ଆସିଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିରେ ଶିଶୁଟି  ଆଗକୁ ବଢିବା ପାଇଁ ପ୍ରୟାସ କରିଥିଲା। ଆଉ ସିଏ ଯେତେବେଳେ ବଡ଼ ହୋଇ  ଅନ୍ଧକାରମୟ ଜୀବନକୁ ଆଲୋକମୟ କରିବାକୁ ପ୍ରୟାସ କଲା ପୁଣି ଦାଉସାଜିଲା ଦୈବ। ଏମିତି କିଛି ଦୁଃଖଦ ଘଟଣା ଜଗତସିଂପୁରର ଭିନ୍ନକ୍ଷମ ଦିଲୀପ ସାହୁଙ୍କ କ୍ଷେତ୍ରରେ ଘଟିଛି। କୁହାଯାଏ ଗୋଟିଏ ଶରୀର ଗୋଟିଏ ଅଙ୍ଗ ଦୁର୍ବଳ ହେଲେ ଅନ୍ୟ କେଉଁଥିରେ ଶକ୍ତି ଭରିଦେଇଆନ୍ତି ଇଶ୍ୱର। ହେଲେ ଦିଲୀପ ସାହୁଙ୍କ କ୍ଷେତ୍ରରେ ଓଲଟା ସାବ୍ୟସ୍ତ ହୋଇଛି।

ଜନ୍ମରୁ ଅନ୍ଧ ହୋଇ ଧରାପୃଷ୍ଟକୁ ଆସିଥିଲେ ଦିଲୀପ। ତଥାପି ସେ ଥିଲେ ମେଧାବୀ ଛାତ୍ର।  ରେଭେନସାରୁ ଯୁକ୍ତ ଦୁଇରେ ଉତ୍ତୀର୍ଣ୍ଣ ପରେ ଏସଭିଏମ କଲେଜ ଜଗତସିଂପୁରରୁ ଇତିହାସରୁ ସମ୍ମାନରେ ବିଏ ପାସ କରିଥିଲେ। ଦୃଷ୍ଟି ଶକ୍ତି ହରାଇ ଥିଲେ ମଧ୍ୟ ସଙ୍ଗୀତକ୍ଷେତ୍ରରେ ବେଶ ମଜଭୁତ ହୋଇପାରିଥିଲେ ସେ । ତାଙ୍କ ସୁଲଳୀତ କଣ୍ଠସ୍ୱର ଅନ୍ୟମାନଙ୍କୁ  ଖୁବ୍‌ ଆକର୍ଷିତ କରିପାରେ। ଜଣେ କଣ୍ଠଶିଳ୍ପୀଭାବେ ବିଭିନ୍ନ ସ୍ଥାନରେ ସଙ୍ଗୀତ ପରିବେଷଣ କରି ଖୁବ୍‌ ପରିଚିତ ହୋଇପାରିଥିଲେ ସେ। ହେଲେ ସାଥ ଦେଲାନି ଭାଗ୍ୟ। ଗତ ସୋମବାର ବାଲେଶ୍ୱରରୁ ଭଜନ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିବା ବେଳେ ଘଟିଲା ଅଭାବନୀୟ ଘଟଣା। ବାଲେଶ୍ୱର ଷ୍ଟେସନରେ ଟ୍ରେନ ଚଢୁଥିବା ବେଳେ ହଠାତ ଜଣେ ଚୋର ତାଙ୍କ ମୋବାଇଲ ଟାଣି ନେଇ ଥିଲା। ଆଉ ଚୋରର ଧକ୍କାରେ ଟ୍ରେନ ଚକ୍କାତଳେ ପଡିଗଲେ ଦିଲୀପ। ଦୁର୍ଘଟଣାରେ

ବାମ ହାତ ଓ ଗୋଟିଏ ଗୋଡ କଟିଗଲା। ଆଗରୁ ଆଖି ହରାଇଥିଲେ। ଏବେ ହାତ ଆଉ ଗୋଡ଼ ଚାଲିଗଲା। ଖାଲି ସେତିକି ନୁହଁ ଏହି ଦୁର୍ଘଟଣାର ସୁଯୋଗ ନେଇ କେହି ତାଙ୍କ ବ୍ୟାଗ୍‌ରୁ ୨୧୦୦ ଟଙ୍କା  ନେଇଯାଇଛନ୍ତି। ବାଲେଶ୍ୱରରେ ୩ ଦିନ ସଙ୍ଗୀତ କାର୍ଯ୍ୟକ୍ରମକରି ସେ ଏହି  ଟଙ୍କା ରୋଜଗାର କରିଥିଲେ। ଏବେ ତାଙ୍କୁ ଚିକିତ୍ସା ଲାଗି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି।   ଡାହାଣ ଗୋଡରେ ମଧ୍ୟ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ପ୍ଲେଟ ଲଗେଇଛନ୍ତି। ଏମିତି ଅବସ୍ତାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ୩୨ ବର୍ଷୀୟ ଦିଲ୍ଲୀପ ବିବାହିତ। ତାଙ୍କ ପତ୍ନୀ ମଧ୍ୟ ଜଣେ ଦିବ୍ୟାଙ୍ଗ। ଘରେ ବାପା ମା’ ମଧ୍ୟ ଅଛନ୍ତି। ଦିଲୀପଙ୍କ ପରିବାର ସେତେଟା ଆଥିର୍କ ସ୍ୱଚ୍ଛଳ ନୁହଁ । ରାଜ୍ୟର ବିଭିନ୍ନ ସ୍ଥାନରେ ସଙ୍ଗୀତ କାର୍ଯ୍ୟକ୍ରମରେ ଗୀତଗାଇ ପରିବାର ଚଳାଉଥିଲେ  ଦିଲୀପ । ଆଉ ଏବେ ଦିଲୀପଙ୍କ ଅବସ୍ଥା ବଦଳିଯାଇଛି। ଭାଗ୍ୟଚକ୍ରରେ ଅସହାୟ ହୋଇପଡ଼ିଛନ୍ତି ଦିଲୀପ। ଏବେ ତାଙ୍କ ଦୁଃଖ କିଏ ବୁଝିବ। ତାକୁ ନେଇ ଠିଆ ହୋଇଛି ବଡ଼ ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos