ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ୍‌ ଓ ଫ୍ଲାଟ୍ ଆବଣ୍ଟନ ମାମଲା: ଦୁଇ ତିନି ମାସରେ ତଦନ୍ତ ଶେଷ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ୍‌ ଓ ଫ୍ଲାଟ୍ ଆବଣ୍ଟନ ମାମଲାର ତଦନ୍ତ ଦୁଇ ତିନି ମାସ ମଧ୍ୟରେ ଶେଷ କରିବାକୁ ଶନିବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଥିଲେ,“ଟାସ୍କଫୋର୍ସଙ୍କ ସୁପାରିଶକ୍ରମେ ସରକାର ଯେଉଁ ସବୁ ନିଷ୍ପତ୍ତି ନେଇଥିଲେ ସେଗୁଡ଼ିକର ଅଗ୍ରଗତି କିଭଳି ହୋଇଛି ତା’ ଉପରେ ଆଜି […]

aditya-padhee

aditya-padhee

Rakesh Mallick
  • Published: Saturday, 16 April 2016
  • Updated: 16 April 2016, 11:11 AM IST

aditya-padheeଭୁବନେଶ୍ୱର: ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ୍‌ ଓ ଫ୍ଲାଟ୍ ଆବଣ୍ଟନ ମାମଲାର ତଦନ୍ତ ଦୁଇ ତିନି ମାସ ମଧ୍ୟରେ ଶେଷ କରିବାକୁ ଶନିବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଥିଲେ,“ଟାସ୍କଫୋର୍ସଙ୍କ ସୁପାରିଶକ୍ରମେ ସରକାର ଯେଉଁ ସବୁ ନିଷ୍ପତ୍ତି ନେଇଥିଲେ ସେଗୁଡ଼ିକର ଅଗ୍ରଗତି କିଭଳି ହୋଇଛି ତା’ ଉପରେ ଆଜି ଆଲୋଚନା ହୋଇଥିଲା। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଯଥେଷ୍ଟ କାର୍ଯ୍ୟ କରାଯାଇଛି। ତେବେ ଆହୁରି କିଛି କରିବାକୁ ବାକି ଅଛି। ସେଥିପାଇଁ ବିଭିନ୍ନ ବିଭାଗକୁ କିଛି କିଛି କାମ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ କୁହାଯାଇଛି। ଦୁଇ ତିନି ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସେମାନଙ୍କୁ କୁହାଯାଇଛି।”

କେହି ପ୍ଲଟ୍ କି ଫ୍ଲାଟ୍ ଫେରାଇଛନ୍ତି କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରେ ସେ କହିଥିଲେ,“ଏ ପ୍ରସଙ୍ଗରେ ଆଲୋଚନା କରାଯାଇ ନାହିଁ। ବିଶେଷ କରି କେତୋଟି ମାମଲା ଯାଞ୍ଚ ପାଇଁ ଆସିଛି, ନୋଟିସ୍ କେମିତି ଦିଆଯିବ, ନୋଟିସ୍‌ର ଜବାବ ଆସିବା ପରେ ବ୍ୟକ୍ତିଗତ ଶୁଣାଣି ପ୍ରକ୍ରିୟା କେମିତି କରାଯିବ ସେ ସବୁ ସଂପର୍କରେ ଆଲୋଚନା ହୋଇଥିଲା।”

ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ୍‌ ଓ ଫ୍ଲାଟ୍ ଆବଣ୍ଟନ ମାମଲାରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ୭୩୨ ଜଣଙ୍କୁ ନୋଟିସ୍ କରିଛି। ସେମାନଙ୍କ ମଧ୍ୟରୁ ୬୫୩ ଜଣ ଉତ୍ତର ରଖିଛନ୍ତି। ୧୧ ଜଣଙ୍କ ପ୍ଲଟକୁ ବାତିଲ କରିଛି ବିଡିଏ। ସେହିପରି କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ୧୦୯୧ ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି। ସେମାନଙ୍କ ମଧ୍ୟରୁ ୯୧୪ ଜଣ ଉତ୍ତର ଦେଇଛନ୍ତି। ହାଉସିଂବୋର୍ଡ ୯୦ ଜଣଙ୍କୁ ନୋଟିସ୍ କରିଛି। ଭିଜିଲାନ୍ସ ଏ ପ୍ରସଙ୍ଗରେ ୨୪ଟି ଅପରାଧିକ ମାମଲା ରୁଜୁ କରିଛି। ଏଥିରେ

ଆଜି ବୈଠକରେ ନଗର ଉନ୍ନୟନ ବିଭାଗ ସଚିବ, ବିଡିଏ ଉପାଧ୍ୟକ୍ଷ ଓ ଭିଜିଲାନ୍ସ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story