ପ୍ରକାଶ ପାଇଲା ଯୁକ୍ତ ୩ କଟ୍ ଅଫ୍ ତାଲିକା: କାଲିଠୁ ନାମଲେଖା ପାଇଁ ସଜବାଜ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୩ ଆଡମିଶନ ପାଇଁ ପ୍ରଥମ କଟ୍ ଅଫ୍ ତାଲିକା।  ଚଳିତ ବର୍ଷ ପ୍ରଥମ ଥର ପାଇଁ ଷ୍ଟ୍ରିମ୍ ପରିବର୍ତ୍ତେ ଅନର୍ସ ସବଜେଷ୍ଟ୍‌ ଆଧାରରେ କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି।  ପ୍ରଥମ ପର୍ଯ୍ୟାୟରେ କଳାରେ ୪୫,୦୪୬ ଜଣ ପିଲା ମନୋନୀତ ହୋଇଥିବା ବେଳେ ବାଣିଜ୍ୟରେ ୧୬,୦୮୯ ଏବଂ ବିଜ୍ଞାନରେ ୪୦,୬୨୬ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।

କଟ୍  ଅଫ୍  ତାଲିକା ପ୍ରକାଶ ପାଇବା ପରେ ଆସନ୍ତାକାଲିଠୁ ଆଡମିଶନ ପ୍ରକ୍ରିୟା ଆରମ୍ଭ  ହେବ। ଏହା ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ। ଉଚ୍ଚଶିକ୍ଷା ବିଭାଗ ୱେବସାଇଟରେ ସମସ୍ତ କଟ୍ ଅଫ ତାଲିକା ଉପଲବ୍ଧ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ଆଡମିଶନ ଇନଚାର୍ଜ ମିହିର କୁମାର ଦାସ ସୂଚନା ଦେଇଛନ୍ତି।