ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ: ପାସ୍‌ ହାର ୭୧.୪୩, ପଢନ୍ତୁ କେଉଁ ଶ୍ରେଣୀରେ କେତେ ପାସ୍‌

ଭୁବନେଶ୍ୱର: ଆଜି ପାଇଛି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦମୂଳକ ଶିକ୍ଷାର ପରୀକ୍ଷା ଫଳ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଏହା ଘୋଷଣା କରିଛନ୍ତି। କଳାରେ ପାସ୍‌ ହାର ୭୦.୧୭ ପ୍ରତିଶତ ଥିବା ବେଳେ ବାଣିଜ୍ୟରେ ୭୧.୪୩ ପ୍ରତିଶତ ରହିଛି।

ବାଣିଜ୍ୟରେ ଖୋର୍ଦ୍ଧା ଜିଲ୍ଲାର ପାସ୍‌ ହାର ସର୍ବାଧିକ ୮୭.୨୮ ପ୍ରତିଶତ  ରହିଛି। ସେହିପରି କେନ୍ଦୁଝର ଜିଲ୍ଲାର ପାସ୍‌ ହାର ସର୍ବନିମ୍ନ ୩୯.୭୫ ପ୍ରତିଶତ ରହିଛି।

ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୩୮୬୦ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଦ୍ୱିତୀୟ ଶ୍ରେଣୀରେ ୨୯୨୩ ଓ ତୃତୀୟ ଶ୍ରେଣୀରେ ୧୩,୨୪୭ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ମୋଟ ୨୮,୦୫୮ ଜଣ ଛାତ୍ରଛାତ୍ରୀ ବାଣିଜ୍ୟ ପରୀକ୍ଷା ଦେଇଥିବା ବେଳେ ୨୦,୦୪୪ ଜଣ ପାସ୍‌ କରିଛନ୍ତି।

ପୂର୍ବାହ୍ନ ୧୧ଟାରୁ WWW.CHSEODISHA.NIC.IN ଏବଂ WWW.ORISSARESULTS.NIC.IN ରେ ପରୀକ୍ଷା ଫଲ ଉପଲବ୍ଧ ହେଉଛି।