ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଖେଳୁଛନ୍ତି ସରକାର, ଚାପରେ ଅଧ୍ୟାପକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଖେଳୁଛନ୍ତି ସରକାର। ଶିକ୍ଷକମାନେ ନିଜ ଜିଦ୍‌ରେ ଅଟଳ ରହିଥିବାରୁ ଖାତା ଦେଖା ପ୍ରଭାବିତ ହେଉଛି। ଦାବି ପୂରଣ କରିବା ପରିବର୍ତ୍ତେ ଗଣ ଶିକ୍ଷାମନ୍ତ୍ରୀ ମୁହଁ ଫୁଟାଣି ଦେଖାଇ କହୁଛନ୍ତି-“ପରୀକ୍ଷା ଫଳ ଶୀଘ୍ର ବାହାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଖାତା ଦେଖା ଚାଲିଛି, ଠିକ୍‌ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ।” ଚାପରେ ମୂଲ୍ୟାୟନକାରୀ। କାରଣ ୧୫ ଜାଗାରେ ଜଣେ ମୂଲ୍ୟାୟନକାରୀଙ୍କୁ ଚାପରେ ଦୈନିକ ୨୦ ଖାତା ଦେଖିବାକୁ […]

plus two exam

plus two exam

Rakesh Mallick
  • Published: Friday, 13 April 2018
  • Updated: 13 April 2018, 10:19 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଖେଳୁଛନ୍ତି ସରକାର। ଶିକ୍ଷକମାନେ ନିଜ ଜିଦ୍‌ରେ ଅଟଳ ରହିଥିବାରୁ ଖାତା ଦେଖା ପ୍ରଭାବିତ ହେଉଛି। ଦାବି ପୂରଣ କରିବା ପରିବର୍ତ୍ତେ ଗଣ ଶିକ୍ଷାମନ୍ତ୍ରୀ ମୁହଁ ଫୁଟାଣି ଦେଖାଇ କହୁଛନ୍ତି-“ପରୀକ୍ଷା ଫଳ ଶୀଘ୍ର ବାହାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଖାତା ଦେଖା ଚାଲିଛି, ଠିକ୍‌ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ।”

ଚାପରେ ମୂଲ୍ୟାୟନକାରୀ। କାରଣ ୧୫ ଜାଗାରେ ଜଣେ ମୂଲ୍ୟାୟନକାରୀଙ୍କୁ ଚାପରେ ଦୈନିକ ୨୦ ଖାତା ଦେଖିବାକୁ ପଡ଼ୁଛି। ତାହା ପୁଣି ସଂକଟ ଟାଳିବାକୁ ଯୁକ୍ତ ଦୁଇ ପାଠ୍ୟକ୍ରମ ସହ କିଛି ଜାଣିନଥିବା ଅଧ୍ୟାପକଙ୍କ ହାତରେ ଛାଡ଼ି ଦିଆଯାଇଛି ଖାତା ଦେଖା ଦାୟିତ୍ୱ। ହେଲେ ଏଭଳି ନିଷ୍ପତ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ନା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ନେଇଛି, ତାହା ଜଣାପଡ଼ି ନାହିଁ। ଏସବୁ ପ୍ରଶ୍ନ ଭିତରେ ସିଏଚ୍ଏସ୍ଇର ପରୀକ୍ଷା ପରିଚାଳନା କମିଟି ସଦସ୍ୟ ତଥା କଂଗ୍ରେସ ବିଧାୟକ ଭୁଜବଳ ମାଝୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ କହିଛନ୍ତି। ନିୟମ ଅନୁଯାୟୀ ଖାତା ଦେଖିଠୁ ନେଇ ପରୀକ୍ଷା ପରିଚାଳନା ସଂପର୍କିତ ସବୁ ନିଷ୍ପତ୍ତି ପରୀକ୍ଷା ପରିଚାଳନା କମିଟିର। ହେଲେ ଖାତା ଦେଖାବେଳେ ଶିକ୍ଷକ ଆନ୍ଦୋଳନକୁ ନେଇ ସୃଷ୍ଟି ହୋଇଥିବା ଏଭଳି ବିଷମ ସ୍ଥିତିରେ ମଧ୍ୟ ସରକାର କମିଟି ସହ କୌଣସି ପରାମର୍ଶ କରିନାହାନ୍ତି। କମିଟିକୁ ଉପେକ୍ଷା କରି ମନମାନି କରିଚାଲିଛନ୍ତି ରାଜ୍ୟ ସରକାର ବୋଲି ଭୁଜବଳ ମାଝୀ ଅଭିଯୋଗ କରିଛନ୍ତି।

ଏପଟେ ଆନ୍ଦୋଳନ ସହ ଖାତା ଦେଖାକୁ ବର୍ଜନ କରିଥିବା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଉପରେ ସରକାରଙ୍କ କିଛି ଧମକ କାଟୁ କରୁନି। ଏପରିକି ସରକାରଙ୍କ ନିଲମ୍ବନ ନାଲିଆଖିକୁ ବି ଖାତିର ନକରି ଆନ୍ଦୋଳନ ଜାରି ରଖିଛି ମଞ୍ଚ। ପରୀକ୍ଷା ଫଳକୁ ନେଇ ଆଶଙ୍କାରେ ଅଛନ୍ତି ପରୀକ୍ଷାର୍ଥୀ, ଅଭିଭାବକ। ହେଲେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଠିକ୍‌ ସମୟରେ ଖାତାଦେଖା ଚାଲିଛି ଓ ଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos