ପିଏମଜିରେ ଚୁକ୍ତି ଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀଙ୍କ ଆମରଣ ଅନଶନ ଜାରି

ଭୁବନେଶ୍ୱର: ଛଟେଇ ହୋଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀମାନେ ଭୁବନେଶ୍ୱରର ଲୋୟର ପିଏମଜିରେ ଜାରି ରଖିଛନ୍ତି ଆମରଣ ଅନଶନ। ଡିସେମ୍ୱର ଦ୍ୱିତୀୟ ସପ୍ତାହ ସୁଦ୍ଧା ସରକାର ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଥିଲେ। କିନ୍ତୁ ପୁନଃନିଯୁକ୍ତି ମିଳି ନ ଥିବାରୁ ଆନ୍ଦୋଳନ ଓ ଆମରଣ ଅନଶନ ଜାରି ରହିଛି ବୋଲି କହିଛନ୍ତି ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ସଭାପତି ପ୍ରଦୀପ୍ତ ପ୍ରଧାନ। ବିଜେପି ଓ କଂଗ୍ରେସ୍ ନେତାମାନେ ଲୋୟର୍ ପିଏମଜି ଯାଇ ଆନ୍ଦୋଳନକାରୀ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ।