ଅପରେସନ୍ ଗ୍ରୀନହଣ୍ଟକୁ ବିରୋଧ: ଆସନ୍ତାକାଲି ନୂଆପଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁରରେ ମାଓବାଦୀଙ୍କ ବନ୍ଦ ଡାକରା

ନୂଆପଡ଼ା: ଅପରେସନ ଗ୍ରୀନହଣ୍ଟକୁ ବିରୋଧରେ ଆସନ୍ତାକାଲି ନୂଆପଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁରରେ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ। ମେନପୁର ନୂଆପଡ଼ା ଡିଭିଜନାଲ୍ କମିଟି ପକ୍ଷରୁ ଏହି ଦିନିକିଆ ବନ୍ଦ ଡାକରା ଦିଆଯାଇଛି। କେବଳ ଏହି ୩ଟି ଜିଲ୍ଲା ନୁହେଁ ପଡ଼ୋଶୀ ଛତିଶଗଡ଼ରେ ମଧ୍ୟ ବନ୍ଦ ଡାକରା ଦିଆଯାଇଛି। ଶୋଷଣ ମୁକ୍ତ ସମାଜ ନିର୍ମାଣ, ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ, ଗ୍ରୀନହଣ୍ଟ ନାମରେ ନିରୀହ ଲୋକଙ୍କୁ ଅତ୍ୟାଚାର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଥିବା କହିଛନ୍ତି ମେନପୁର ନୂଆପଡା ଡିଭିଜନାଲ୍ କମିଟି ମୁଖ୍ୟ।