ପୋଲାଭରମ ପ୍ରସଙ୍ଗ: ଲୋକସଭାରେ ବିଜେଡି ସାଂସଦଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ: ପୋଲାଭରମ୍ ପ୍ରସଙ୍ଗକୁ ନେଇ ଆଜି ଲୋକସଭାରେ କକ୍ଷତ୍ୟାଗ୍‌ କରିଛନ୍ତି ବିଜେଡି ସାଂସଦ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ଅର୍ଥ ବିଲ୍‌ ଆଲୋଚନାର ଉତ୍ତର ରଖିବା ବେଳେ ପୋଲାଭରମ କଥା ଉଠାଇଥିଲେ। ପୋଲାଭରମ ପ୍ରକଳ୍ପକୁ ନେଇ ଆନ୍ଧ୍ରପ୍ରଦେଶକୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବାକୁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ ବୋଲି ଜେଟ୍‌ଲୀ କହିଥିଲେ। ତେବେ ଗୃହରେ ଉପସ୍ଥିତ ଥିବା ବିଜେଡି ସଦସ୍ୟମାନେ ଏହା ଉପରେ ଆପତ୍ତି ଉଠାଇଥିଲେ। ଲୋକସଭାରେ ବିଜେଡି ନେତା ଭର୍ତ୍ତୃହରି ମହତାବ କହିଥିଲେ, ପ୍ରକଳ୍ପକୁ ବିରୋଧ […]

bhatruhari -mahtab

bhatruhari -mahtab

Rakesh Mallick
  • Published: Thursday, 05 May 2016
  • Updated: 05 May 2016, 03:20 PM IST

Sports

Latest News

ନୂଆଦିଲ୍ଲୀ: ପୋଲାଭରମ୍ ପ୍ରସଙ୍ଗକୁ ନେଇ ଆଜି ଲୋକସଭାରେ କକ୍ଷତ୍ୟାଗ୍‌ କରିଛନ୍ତି ବିଜେଡି ସାଂସଦ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ଅର୍ଥ ବିଲ୍‌ ଆଲୋଚନାର ଉତ୍ତର ରଖିବା ବେଳେ ପୋଲାଭରମ କଥା ଉଠାଇଥିଲେ। ପୋଲାଭରମ ପ୍ରକଳ୍ପକୁ ନେଇ ଆନ୍ଧ୍ରପ୍ରଦେଶକୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବାକୁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ ବୋଲି ଜେଟ୍‌ଲୀ କହିଥିଲେ। ତେବେ ଗୃହରେ ଉପସ୍ଥିତ ଥିବା ବିଜେଡି ସଦସ୍ୟମାନେ ଏହା ଉପରେ ଆପତ୍ତି ଉଠାଇଥିଲେ। ଲୋକସଭାରେ ବିଜେଡି ନେତା ଭର୍ତ୍ତୃହରି ମହତାବ କହିଥିଲେ, ପ୍ରକଳ୍ପକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ଏହା ଅଦାଲତର ବିଚାରଧୀନ ରହିଛି। ଜବାବରେ ଜେଟଲୀ କହିଥିଲେ, ଆନ୍ଧ୍ର ପ୍ରଦେଶ ଆଇନ ପ୍ରସଙ୍ଗରେ ସେ ପଛକୁ ଫେରିପାରିବେ ନାହିଁ। କିନ୍ତୁ ଓଡ଼ିଶାର ଦାବି ଉପରେ ଧ୍ୟାନ ଦେବେ। ତେବେ ଜେଟଲୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos