ପୋଲାଭରମ ଅଞ୍ଚଳ ପରିଦର୍ଶନ କଲେ ମାଲକାନଗିରି ବିଧାୟକ

ମାଲକାନଗିରି: ମାଲକାନଗିରି ବିଧାୟକ ମାନସ ମାଡ଼କାମୀ ପୋଲାଭରମ୍ ଅଞ୍ଚଳ ଗସ୍ତ କରି ନିର୍ମାଣାଧୀନ ଡ୍ୟାମ୍ ସ୍ଥଳ ପରିଦର୍ଶନ କରିଛନ୍ତି। ଏଥିସହ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଓଡ଼ିଶା ଓ ତେଲେଙ୍ଗ।ନା ଲୋକଙ୍କୁ ସେମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ଏ ସଂପର୍କିତ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଆନ୍ଧ୍ର ସରକାର ପ୍ରକଳ୍ପ କାମ ତ୍ୱାରାନ୍ୱିତ କରିବା ଠିକ୍ ନୁହଁ ବୋଲି ମାଡ଼କାମୀ କହିଛନ୍ତି। ଏ ସଂପର୍କରେ ସେ ବିଧାନସଭା ଗୃହ କମିଟି ସହ ଆଲୋଚନା କରିବେ। ତା’ଛଡ଼ା ଆଗାମୀରେ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ବିଧାୟକ ମାନସ ମାଡ଼କାମୀ କହିଛନ୍ତି।