ପୋଲାଭରମ୍‌ ଆନ୍ଦୋଳନ: ବିଜେଡି ସହ ସାମିଲ ହେଲା ଛତିଶଗଡ଼ ଜନତା କଂଗ୍ରେସ

ଭୁବନେଶ୍ୱର: ପୋଲାଭରମ୍‌ ପ୍ରକଳ୍ପ ବିରୋଧରେ ଅଣ୍ଟା ଭିଡ଼ିଛି ଛତିଶଗଡ଼ ଜନତା କଂଗ୍ରେସ୍‌। ଆଜି ମାଲକାନଗିରି ଜିଲ୍ଲାରେ ବିଜେଡି ପକ୍ଷରୁ ଆୟୋଜିତ ଆନ୍ଦୋଳନରେ ଛତିଶଗଡ଼ ଜନତା କଂଗ୍ରେସର ବିଧାୟକ ଅମିତ ଯୋଗୀଙ୍କ ନେତୃତ୍ୱରେ ଏକ ଟିମ୍‌ ସାମିଲ ହୋଇଛି। ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭ ସମାବେଶରେ ଅମିତ ଯୋଗୀ ଯୋଗଦେଇ ପ୍ରକଳ୍ପକୁ ବିରୋଧ କରି କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ବିରୋଧରେ ବର୍ଷିଥିଲେ। ଅମିତ ଯୋଗୀ କହିଛନ୍ତି,“୧୯୮୦ରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତତ୍‌କାଳୀନ ମଧ୍ୟପ୍ରଦେଶ ମଧ୍ୟରେ […]

polavaram

polavaram

Rakesh Mallick
  • Published: Tuesday, 20 September 2016
  • Updated: 20 September 2016, 10:08 PM IST

Sports

Latest News

ଭୁବନେଶ୍ୱର: ପୋଲାଭରମ୍‌ ପ୍ରକଳ୍ପ ବିରୋଧରେ ଅଣ୍ଟା ଭିଡ଼ିଛି ଛତିଶଗଡ଼ ଜନତା କଂଗ୍ରେସ୍‌। ଆଜି ମାଲକାନଗିରି ଜିଲ୍ଲାରେ ବିଜେଡି ପକ୍ଷରୁ ଆୟୋଜିତ ଆନ୍ଦୋଳନରେ ଛତିଶଗଡ଼ ଜନତା କଂଗ୍ରେସର ବିଧାୟକ ଅମିତ ଯୋଗୀଙ୍କ ନେତୃତ୍ୱରେ ଏକ ଟିମ୍‌ ସାମିଲ ହୋଇଛି।

ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭ ସମାବେଶରେ ଅମିତ ଯୋଗୀ ଯୋଗଦେଇ ପ୍ରକଳ୍ପକୁ ବିରୋଧ କରି କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ବିରୋଧରେ ବର୍ଷିଥିଲେ।

ଅମିତ ଯୋଗୀ କହିଛନ୍ତି,“୧୯୮୦ରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତତ୍‌କାଳୀନ ମଧ୍ୟପ୍ରଦେଶ ମଧ୍ୟରେ ଯେଉଁ ବୁଝାମଣା ହୋଇଥିଲା, ସେଥିରେ ଉଲ୍ଲେଖ ରହିଛି ବନ୍ଧର ଉଚ୍ଚତା ୧୫୦ ଫୁଟ୍‌ରୁ ଅଧିକ ହେବନି। ମାତ୍ର ଆନ୍ଧ୍ର ସରକାର ଏହି ନିୟମକୁ ଉଲ୍ଲଂଘନ କରି ବନ୍ଧର ଉଚ୍ଚତା ୧୮୦ ଫୁଟ୍‌ କରିଛନ୍ତି। ଏହାର ପ୍ରଭାବରେ ଛତିଶଗଡ଼ ରାଜ୍ୟର ୪୦ ହଜାର ପରିବାର ବେଘର ହୋଇଯିବେ, ଜଙ୍ଗଲ ନଷ୍ଟ ହେବ। ସମାନ ପରିସ୍ଥିତି ଓଡ଼ିଶା ଓ ତେଲାଙ୍ଗାନାରେ ମଧ୍ୟ ହେବ। ଏହାକୁ ବିରୋଧ କରିବା ପାଇଁ ଆଜି ମୁଁ ମାଲକାନଗିରି ଆସିଛି।”

ମାଲକାନଗିରି ସମାବେଶ ପାଇଁ ଛତିଶଗଡ଼ ଜନତା କଂଗ୍ରେସ୍‌କୁ ଡକାଯାଇନି, ସେମାନେ ଏଥିରେ ନିଜ ଇଚ୍ଛାରେ ସାମିଲ ହୋଇଛନ୍ତି ବୋଲି ବିଜେଡି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos