ପୋଲାଭରମକୁ ବିରୋଧ: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ଭୁବନେଶ୍ୱର: ପୋଲାଭରମ୍ ପ୍ରସଙ୍ଗରେ ଶୁକ୍ରବାର ତା’ର ବିରୋଧକୁ ତୀବ୍ର କରି ଦେଇଛି ବିଜେଡି। ଆଜି ଏ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛି ଦଳ। ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ଏକ ସ୍ମାରକ ପଠାଇଛି ଶାସକ ଦଳ। ପୋଲାଭରମକୁ ଜାତୀୟ ପ୍ରକଳ୍ପ ଭାବେ କରାଯାଇଥିବା ଘୋଷଣାକୁ ସ୍ଥଗିତ ରଖିବାକୁ ଦଳ ଦାବି କରିଛି। ବିଜେଡିର ବରିଷ୍ଠ ନେତା ତଥା ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି ଯେ ପୋଲାଭରମ୍ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଛି। […]

bjd-team

bjd-team

Rakesh Mallick
  • Published: Friday, 11 December 2015
  • Updated: 11 December 2015, 09:11 AM IST

Sports

Latest News

ଭୁବନେଶ୍ୱର: ପୋଲାଭରମ୍ ପ୍ରସଙ୍ଗରେ ଶୁକ୍ରବାର ତା’ର ବିରୋଧକୁ ତୀବ୍ର କରି ଦେଇଛି ବିଜେଡି। ଆଜି ଏ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛି ଦଳ। ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ଏକ ସ୍ମାରକ ପଠାଇଛି ଶାସକ ଦଳ। ପୋଲାଭରମକୁ ଜାତୀୟ ପ୍ରକଳ୍ପ ଭାବେ କରାଯାଇଥିବା ଘୋଷଣାକୁ ସ୍ଥଗିତ ରଖିବାକୁ ଦଳ ଦାବି କରିଛି।

ବିଜେଡିର ବରିଷ୍ଠ ନେତା ତଥା ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି ଯେ ପୋଲାଭରମ୍ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଛି। ପୋଲାଭରମକୁ ଜାତୀୟ ପ୍ରକଳ୍ପ ଘୋଷଣା ଉପରେ ସ୍ଥଗିତାଦେଶ ଦେବାକୁ ସ୍ମାରକପତ୍ର ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଛି। କେନ୍ଦ୍ର ସରକାର କିପରି ଏକପାଖିଆ ହୋଇ ପୋଲାଭରମ୍ ପ୍ରକଳ୍ପକୁ ଆଗେଇ ନେବାକୁ କାର୍ଯ୍ୟ କରୁଛନ୍ତି, ସେ ନେଇ ମଧ୍ୟ ଅବଗତ କରାଯାଇଛି। ଏହି ପ୍ରକଳ୍ପ ପାଇଁ ଓଡ଼ିଶାର ବ୍ୟାପକ ଅଞ୍ଚଳ କ୍ଷତିଗ୍ରସ୍ତ ହେବାକୁ ଥିବା ବେଳେ ରାଜ୍ୟର ଅଭିଯୋଗକୁ କର୍ଣ୍ଣପାତ କରାଯାଉ ନାହିଁ। ପୁଣି ଏହି ପ୍ରକଳ୍ପ  ଯୋଗୁଁ ଆଦିବାସୀମାନେ କ୍ଷତିଗ୍ରସ୍ତ ହେବାକୁ ଥିବା ବେଳେ ନିୟମ ଅନୁଯାୟୀ ଗ୍ରାମସଭା ବି କରାଯାଇ ନାହିଁ। ସେହିପରି ପୋଲାଭରମ୍ ପ୍ରକଳ୍ପର ଜଳଧାରଣ କ୍ଷମତାକୁ ବଢ଼ାଇ ଦିଆଯାଇଛି। ଏନେଇ ଗୋଦାବରୀ ଟ୍ରିବ୍ୟୁନାଲ ଦ୍ୱାରା ନିର୍ଦ୍ଧାରିତ ଜଳଧାରଣ କ୍ଷମତାକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ଏସବୁ ସଂପର୍କରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦ୍ୱାରା ଅବଗତ କରାଯାଇଛି। ରାଜ୍ୟପାଳ ମଧ୍ୟ ରାଷ୍ଟ୍ରପତିଙ୍କୁ ଏ ବିଷୟରେ ଭଲ ଭାବେ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆଜି ବିଧାନସଭାରେ ଗୃହ଼କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଶାସକଦଳର ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଆସି ପୋଲାଭରମ୍ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଆରମ୍ଭ କରି ଦେଇଥିଲେ। ଅଚଳାବସ୍ଥାକୁ ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଏହା ପରେ ବିଧାନସଭା ପରିସରରୁ ବିଜେଡି ବିଧାୟକ ଓ ମନ୍ତ୍ରୀମାନେ ଶୋଭାଯାତ୍ରା କରି ରାଜଭବନକୁ ଯାଇଥିଲେ। ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos