ପୋଲାଭରମ ପ୍ରସଙ୍ଗ: କଂଗ୍ରେସର ଇସ୍ତଫା, ବିଜେପିର ବର୍ଜନ ପରେ ଗୃହ କମିଟିର ପରବର୍ତ୍ତୀ ପଦକ୍ଷେପକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି। କେନ୍ଦ୍ର ପାଖରେ ଓଡ଼ିଶାର ସ୍ୱରକୁ ଦୃଢ କରିବାକୁ ବିଧାନସଭା ଗୃହ କମିଟି ପକ୍ଷରୁ ବୈଠକ ହୋଇ ଯୋଜନା ପ୍ରସ୍ତୁତ ହେଲା। ହେଲେ ପରବର୍ତ୍ତୀ ସମୟରେ ବିଜେଡି ମନମାନି କରୁଥିବା ଅଭିଯୋଗ କରି ଗୃହ କମିଟିରୁ କଂଗ୍ରେସର ୫ଜଣ ସଦସ୍ୟ ଇସ୍ତଫା ଦେଇ ଦେଲେ। ବିଜେବି ମଧ୍ୟ ସମାନ ଅଭିଯୋଗ ଆଣି ଗୃହ କମିଟିକୁ ବର୍ଜନ କରିଛି। ଏପରି ସ୍ଥିତିରେ ପୋଲାଭରମ୍ ପ୍ରକଳ୍ପକୁ […]

polabharam

polabharam

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 03:38 PM IST

Sports

Latest News

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି। କେନ୍ଦ୍ର ପାଖରେ ଓଡ଼ିଶାର ସ୍ୱରକୁ ଦୃଢ କରିବାକୁ ବିଧାନସଭା ଗୃହ କମିଟି ପକ୍ଷରୁ ବୈଠକ ହୋଇ ଯୋଜନା ପ୍ରସ୍ତୁତ ହେଲା। ହେଲେ ପରବର୍ତ୍ତୀ ସମୟରେ ବିଜେଡି ମନମାନି କରୁଥିବା ଅଭିଯୋଗ କରି ଗୃହ କମିଟିରୁ କଂଗ୍ରେସର ୫ଜଣ ସଦସ୍ୟ ଇସ୍ତଫା ଦେଇ ଦେଲେ। ବିଜେବି ମଧ୍ୟ ସମାନ ଅଭିଯୋଗ ଆଣି ଗୃହ କମିଟିକୁ ବର୍ଜନ କରିଛି। ଏପରି ସ୍ଥିତିରେ ପୋଲାଭରମ୍ ପ୍ରକଳ୍ପକୁ ବିରୋଧ ପାଇଁ ଗୃହ କମିଟିର କ’ଣ ରହିବ ପରବର୍ତ୍ତୀ ପଦକ୍ଷେପ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ପ୍ରଶ୍ନ ଉଠୁଛି, ପୋଲାଭରମ ପ୍ରକଳ୍ପକୁ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କମିଟି ଦାବିପତ୍ର ଦେବା ବେଳେ କଂଗ୍ରେସ ଓ ବିଜେପିର ସଦସ୍ୟ ସାମିଲ୍ ହେବେ କି ନାହିଁ ତାହା ଏବେ ଦେଖିବାକୁ ବାକି ରହିଲା। ସେପଟେ ପୋଲାଭରମ ପ୍ରକଳ୍ପକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ବିଜେଡି କେନ୍ଦ୍ରକୁ ଟାର୍ଗେଟ୍ କରିଛି।

ପୋଲଭାରମ ପ୍ରକଳ୍ପ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଗୃହ କମିଟିରେ ନିଷ୍ପତ୍ତି ହୋଇଥିଲା। ହେଲେ ଶୁକ୍ରବାର ବିଜେଡି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବା ପରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବିଜେଡି ଦୁଇ ବିରୋଧୀ ଦଳକୁ ସାଙ୍ଗରେ ନ ନେଇ ଭୁଲ କରିଛି। ଦଳ ଭୁଲ ସ୍ୱୀକାର କଲେ ଗୃହ କମିଟିରେ ରହିବା ନେଇ କଂଗ୍ରେସ ପୁନଃବିଚାର କରିବ ବୋଲି ବିରୋଧୀ ଦଳ ନେତା ରନସିଂହ ମିଶ୍ର କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟି ପୋଲାଭରମ ପ୍ରସଙ୍ଗରେ ଦାବି ଜଣାଇବାକୁ ସର୍ବଦଳୀୟ କମିଟି ଗଲେ ବିଜେପି ସେଥିରେ ସାମିଲ ହେବ ବୋଲି ରାଜ୍ୟ ସଭାପତି କେଭି ସିଂହଦେଓ କହିଛନ୍ତି।

ଗତ ଜୁଲାଇରେ ପୋଲାଭରମ ପ୍ରକଳ୍ପ ପାଇଁ ଓଡିଶା ଓ ଛତିଶଗଡରେ ଜନଶୁଣାଣି କରିବାକୁ  କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭେଡକର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଚିଠି ଲେଖିଥିଲେ। ଯେଉଁଥିରେ ଏହି ଦୁଇ ରାଜ୍ୟର ସରକାରଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବାକୁ ଆନ୍ଧ୍ର ସରକାରଙ୍କୁ କୁହାଯାଇଥିଲା। ଏହା ମଧ୍ୟରେ ୫ମାସ ବିତିବାକୁ ବସିଥିଲେ ମଧ୍ୟ ବର୍ତ୍ତାମାନ ସୁଦ୍ଧା ଓଡିଶାରେ ଜନଶୁଣାଣି ହୋଇପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos