ପୋଲାଭରମ ପ୍ରସଙ୍ଗ: ଓଡ଼ିଶାର ବ୍ୟାପକ ଅଞ୍ଚଳ ହେବ ଜଳମଗ୍ନ

ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦ୍ୱାରା ଗୋଦବାରୀ ନଦୀରେ ନିର୍ମାଣଧୀନ ପୋଲାଭରମ୍ ପ୍ରକଳ୍ପକୁ ନେଇ ଲାଗି ରହିଛି ବିବାଦ। ଏହା ଆନ୍ଧ୍ର ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ ହୋଇଥିବା ବେଳେ ଏହାକୁ ବିରୋଧ କରୁଛନ୍ତି ଓଡ଼ିଶା ଓ ଛତିଶଗଡ଼। ଏହି ପ୍ରକଳ୍ପର ଫାଇଦା ପାଇବ ଆନ୍ଧ୍ର, କିନ୍ତୁ କ୍ଷତିଗ୍ରସ୍ତ ହେବେ ଓଡ଼ିଶା ଓ ଛତିଶଗଡ଼। ପ୍ରକଳ୍ପ ଦ୍ୱାରା ଉଭୟ ରାଜ୍ୟର ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବ। ଦେଖିବ। ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମାଣଧୀନ ବିବାଦୀୟ ପୋଲାଭରମ ବା ଇନ୍ଦିରା ସାଗର […]

polabharam

polabharam

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 02:39 PM IST

Sports

Latest News

ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦ୍ୱାରା ଗୋଦବାରୀ ନଦୀରେ ନିର୍ମାଣଧୀନ ପୋଲାଭରମ୍ ପ୍ରକଳ୍ପକୁ ନେଇ ଲାଗି ରହିଛି ବିବାଦ। ଏହା ଆନ୍ଧ୍ର ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ ହୋଇଥିବା ବେଳେ ଏହାକୁ ବିରୋଧ କରୁଛନ୍ତି ଓଡ଼ିଶା ଓ ଛତିଶଗଡ଼। ଏହି ପ୍ରକଳ୍ପର ଫାଇଦା ପାଇବ ଆନ୍ଧ୍ର, କିନ୍ତୁ କ୍ଷତିଗ୍ରସ୍ତ ହେବେ ଓଡ଼ିଶା ଓ ଛତିଶଗଡ଼। ପ୍ରକଳ୍ପ ଦ୍ୱାରା ଉଭୟ ରାଜ୍ୟର ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବ। ଦେଖିବ।

ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମାଣଧୀନ ବିବାଦୀୟ ପୋଲାଭରମ ବା ଇନ୍ଦିରା ସାଗର ପ୍ରକଳ୍ପ। ଗୋଦବରୀ ନଦୀରେ ନିର୍ମାଣଧୀନ ଏହି ବହୁମୁଖୀ ପ୍ରକଳ୍ପ ଦ୍ୱାରା ଆନ୍ଧ୍ରର ୨ଲକ୍ଷ ୯୧ ହଜାର ହେକ୍ଟର ଜମିରେ ଜଳସେଚନ ସାଙ୍ଗକୁ ଜଳ ବିଦ୍ୟୁତ୍ ଉତ୍ପାଦନ ହେବ। ସେ ଦୃଷ୍ଟିରୁ ଏହି ପ୍ରକଳ୍ପ ଆନ୍ଧ୍ର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳ ସମେତ ୨୧ଟି ପଞ୍ଚାୟତର ଶତାଧିକ ଗାଁ ଓ ୨ହଜାର ହେକ୍ଟରରୁ ଅଧିକ ଚାଷ ଜମି ପାଣିରେ ବୁଡ଼ିଯିବା ଆଶଙ୍କା ଦେଖା ଦେଇଛି।

ତେବେ ପ୍ରକଳ୍ପ ଦ୍ୱାରା ବାସ୍ତବରେ କେତେ ଅଞ୍ଚଳ ଜଳମଗ୍ନ ହେବ ସେ ନେଇ କାହା ପାଖରେ ସଠିକ୍ ତଥ୍ୟ ନାହିଁ। ସେହିପରି କ୍ଷତିଗ୍ରସ୍ତ ଲୋକଙ୍କୁ କିପରି ଆର୍ଥିକ ସହାୟତା ମିଳିବ, କିପରି ସେମାନଙ୍କର ଥଇଥାନ କରାଯିବା ସେ ନେଇ ମଧ୍ୟ ଜିଲ୍ଲା ପ୍ରଶାସନ କି ରାଜ୍ୟ ସରକାରଙ୍କ ପାଖରେ ଉତ୍ତର ନାହିଁ। ସେପଟେ ପୋଲାଭରମ୍ ମାମଲା ସୁପ୍ରିମକୋର୍ଟରେ ଥିବାରୁ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ଜିଲ୍ଲା ପ୍ରଶାସନ ମନା କରିଦେଇଛି।

୧୯୮୦ରେ ପୋଲାଭରମ୍ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ବନ୍ଧର ଉଚ୍ଚତା ୧୫୦ ଫୁଟ୍ ରଖିବାକୁ ସେତେବଳେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ରାଜିନାମା ହୋଇଥିଲା। ତେବେ ପରେ ଆନ୍ଧ୍ର ସରକାର ଏହାକୁ ୧୮୦ ଫୁଟକୁ ବୃଦ୍ଧି କରିଥିଲେ। ଏହାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି। ଇତିମଧ୍ୟରେ କେନ୍ଦ୍ର ସରକାର ପୋଲାଭରମକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ ଅନୁସାରେ ସମସ୍ତ ନିର୍ମାଣ ଖର୍ଚ୍ଚ ମଧ୍ୟ ଯୋଗାଇ ଦେବେ। ତେବେ ପ୍ରକଳ୍ପକୁ ନେଇ ମାମଲା ସୁପ୍ରିମକୋର୍ଟଙ୍କ ବିଚାରଧୀନ ଥିବା ଏବଂ ପ୍ରକଳ୍ପ ସ୍ଥାନରେ ଜନଶୁଣାଣି ହୋଇ ନ ଥିବା ଦର୍ଶାଇ ଓଡ଼ିଶା ସରକାର ଏହାକୁ ବିରୋଧ କରି ଆସୁଛନ୍ତି। ଏହାକୁ ନେଇ ଉଭୟ ଲୋକସଭା ଓ ରାଜ୍ୟ ସଭାରେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଦୃଢ ବିରୋଧ କରିଛନ୍ତି। ସେହିପରି ବିଧାନସଭାରେ ମଧ୍ୟ ପୋଲାଭରମକୁ ନେଇ ଝଡ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story