‘ସରି’ କହି କହି ପିଛା କରୁଥିଲେ, ଫସିଗଲେ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାବାଳିକାଙ୍କୁ ଏକ ତରଫା ପ୍ରେମ କରୁଥିଲା ରୋଡ୍‌ ରୋମିଓ। କୌଣସି କଥାକୁ ନେଇ ସରି କହି କହି ନାବାଳିକାଙ୍କ ପିଛା କରୁଥିବା ବେଳେ ଫସିଗଲେ। ଗତକାଲି ଭୁବନେଶ୍ୱର ଏୟାଫିଲଡ୍‌ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି। କମିଶନରେଟ୍‌ ପୋଲିସ ରୋଡ୍‌ ରୋମିଓ ଓ ତାଙ୍କ ସାଥୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗରୁ ପ୍ରକାଶ, ଗତକାଲି ସନ୍ଧ୍ୟାବେଳେ ସାଥୀଙ୍କ ସହିତ ବଜାରରୁ ଘରକୁ ଫେରୁଥିଲେ ନାବାଳିକା। ଏହି ସମୟରେ ରୋଡ […]

police arrest road romeo in bbsr

police arrest road romeo in bbsr

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 07:36 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାବାଳିକାଙ୍କୁ ଏକ ତରଫା ପ୍ରେମ କରୁଥିଲା ରୋଡ୍‌ ରୋମିଓ। କୌଣସି କଥାକୁ ନେଇ ସରି କହି କହି ନାବାଳିକାଙ୍କ ପିଛା କରୁଥିବା ବେଳେ ଫସିଗଲେ। ଗତକାଲି ଭୁବନେଶ୍ୱର ଏୟାଫିଲଡ୍‌ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି। କମିଶନରେଟ୍‌ ପୋଲିସ ରୋଡ୍‌ ରୋମିଓ ଓ ତାଙ୍କ ସାଥୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗରୁ ପ୍ରକାଶ, ଗତକାଲି ସନ୍ଧ୍ୟାବେଳେ ସାଥୀଙ୍କ ସହିତ ବଜାରରୁ ଘରକୁ ଫେରୁଥିଲେ ନାବାଳିକା। ଏହି ସମୟରେ ରୋଡ ରୋମିଓ ଓ ତାଙ୍କ ସାଥୀ ବାଇକ୍‌ରେ ଆସି ସେମାନଙ୍କ ପିଛା କରିଥିଲେ। ଏପରିକି ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ଅତିଷ୍ଠ ହୋଇ ନାବାଳିକାଙ୍କ ସାଥୀ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ରାସ୍ତାକୁ ବାହାରି ଆସିଥିଲେ। ଫଳରେ ରୋଡ୍‌ ରୋମିଓ ଓ ତାଙ୍କ ସାଥୀ ଫେରାର ହୋଇଯାଇଥିଲେ। ପରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

ସେପଟେ ପୋଲିସ ରୋଡ ରୋମିଓଙ୍କ ଉପରେ ଆକ୍ସନକୁ ଜୋରଦାର କରିଛି। ଏଭଳି ଘଟଣାର ଶିକାର ହେଲେ ଭୟ ନକରି ପୋଲିସର ସହୟତା ଲୋଡିବାକୁ ପୋଲିସ କମିଶନର କହିଛନ୍ତି। କମେଣ୍ଟ ହେଉ କି ଅଶ୍ଲୀଳ ଇଂଙ୍ଗୀତ ପଦର୍ଶନୀକାରୀ  ଅଭିଯୋଗର ସତ୍ୟତା ଆସିବା ମାତ୍ରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos