ବରଗଡ଼ ଭାଇରାଲ ଭିଡିଓ ଘଟଣା: ଆଉ ୨ଅଭିଯୁକ୍ତ ଗରଫ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳର ଭାଇରାଲ୍ ଭିଡ଼ିଓ ପ୍ରଘଟ ଘଟଣାରେ ଆଉ ୨ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି।  ସେମାନେ ହେଲେ ଜିତୁ ବେହେରା ଓ ମୁରଲୀ ବାରିକ। ଏହି ଦୁଇ ଅଭିଯୁକ୍ତଙ୍କୁ ପାଇକମାଳ ବୁକୁରମୁଣ୍ଡାରୁ ପୋଲିସ୍ ଗିରଫ କରିଛି।

ଶେଷ ଖବର ସୁଦ୍ଧା ଏହି ମାମଲାରେ ଗିରଫ ଅଭିଯୁକ୍ତ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଭିଡ଼ିଓ ରେକଡ଼ିଂ କରିଥିବା ଯୁବକଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ।

ସୂଚନାଯୋଗ୍ୟ,  ଅକ୍ଟୋବର ୪ ତାରିଖରେ ସୋସିଆଲ ମିଡିଆରେ ଏକ ଲଜ୍ଜାଜନକ ଭିଡିଓ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା।  ଜଣେ କଲେଜ ଛାତ୍ରୀଙ୍କୁ କିଛି ଯୁବକ ଅସଦାଚରଣ କରୁଥିବା ଭିଡିଓରୁ ସ୍ପଷ୍ଟ ହୋଇଥିଲା। କଲେଜ ୟୁନିଫର୍ମ ପିନ୍ଧିଥିବା ଉକ୍ତ ଯୁବତୀଙ୍କୁ କିଛି ଯୁବକ ଅସଦାଚରଣ କରୁଥିଲେ। ଛାତ୍ରୀ ଜଣକ ସେମାନଙ୍କ କବଳରୁ ଖସିବା ପାଇଁ ବହୁ କାକୁତି ମୀନତି ମଧ୍ୟ ହେଉଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଜାରି ରଖିଥିଲା।

 

ଆହୁରି ପଢ଼ନ୍ତୁ

ସରକାରୀ କର୍ମଚାରୀଙ୍କ ୯ ଛୁଟି ବେକାର, ପାଇବେ ମୋଟ ୧୦୬ଦିନ ଛୁଟି

ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷ ହ୍ରାସ ପାଇଁ ଗଠନ ହେବ ଟାସ୍କଫୋର୍ସ

ମୈଦାନରେ କ୍ୟାଂପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା

ସରକାରୀ କଳର ଦୁରୂପଯୋଗ କରୁଛି ବିଜେଡି, ଫେରାଦ ହେଲା ବିଜେପି

ନୟାଗଡ଼ରେ ନକଲି ଟଙ୍କା ଛପା କାରଖାନା

ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ଆଇନ: ଦାୟିତ୍ୱରେ ରହିବେ ଆଇଏଏସ୍

ସିନ୍ଦୂର ପୋଛିଦେଲା ଲୌହ ମାନବ, କାନ୍ଧ ଉପରେ ଗର୍ଭବତୀ ଝିଅ 

କୋଭିଡ୍ ଚିକିତ୍ସା ପାଇଁ କିମ୍ସ ନେଇଛି ୪୦ କୋଟି

କାର୍ତ୍ତିକ ମାସରୁ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

ସାଙ୍ଗ ହୋଇ ସ୍କୁଟିରେ ଚାଲିଗଲେ ୩ ଜଣ

ପାର୍ବଣରେ ବଢ଼ିପାରେ କରୋନା ସଂକ୍ରମଣ, ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

ଅମାନିଆଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ