ଆନ୍ଧ୍ରରୁ କଣ୍ଟାବାଂଜି ଜୁଆ ଖେଳିବାକୁ ଆସିଥିଲେ ୭ ଜଣ, ନଗଦ ୫୮ ଲକ୍ଷ ଟଙ୍କା ଜବତ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆନ୍ଧ୍ରରୁ କଣ୍ଟାବାଂଜି ଜୁଆ ଖେଳିବାକୁ ଆସିଥିଲେ ୭ ଜଣ। ସେମାନଙ୍କ ନିକଟରୁ ଜବତ ହୋଇଛି ନଗଦ ୫୮ ଲକ୍ଷ ୫୨ ହଜାର ୨୫୦ ଟଙ୍କା। ଆଜି କଣ୍ଟାବାଂଜି ପୁଲିସ ଏହି ସୂଚନା ଦେଇଛି। ହେଲେ ସେପଟେ ଏହି ୭ ଦୁର୍ବୃତ୍ତ ପ୍ରତିବର୍ଷ ପରି ଗତକାଲି ମଧ୍ୟ ଶ୍ରମିକ କିଣିବାକୁ ଆସି ଲଜ୍‌ର ଦୁଇଟି ରୁମ୍‌ ନେଇ ରହିଥିଲେ ବୋଲି କହିଛନ୍ତି ଲଜ୍‌ ମାଲିକ। ବଲାଙ୍ଗିର ପୁଲିସର ଏଭଳି ରହସ୍ୟଜନକ କାର୍ଯ୍ୟାନୁଷ୍ଠାନ ନେଇ ସବୁଠି ଚର୍ଚ୍ଚା। […]

money

money

Niranjan Mishra
  • Published: Friday, 16 September 2022
  • Updated: 16 September 2022, 08:35 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆନ୍ଧ୍ରରୁ କଣ୍ଟାବାଂଜି ଜୁଆ ଖେଳିବାକୁ ଆସିଥିଲେ ୭ ଜଣ। ସେମାନଙ୍କ ନିକଟରୁ ଜବତ ହୋଇଛି ନଗଦ ୫୮ ଲକ୍ଷ ୫୨ ହଜାର ୨୫୦ ଟଙ୍କା। ଆଜି କଣ୍ଟାବାଂଜି ପୁଲିସ ଏହି ସୂଚନା ଦେଇଛି। ହେଲେ ସେପଟେ ଏହି ୭ ଦୁର୍ବୃତ୍ତ ପ୍ରତିବର୍ଷ ପରି ଗତକାଲି ମଧ୍ୟ ଶ୍ରମିକ କିଣିବାକୁ ଆସି ଲଜ୍‌ର ଦୁଇଟି ରୁମ୍‌ ନେଇ ରହିଥିଲେ ବୋଲି କହିଛନ୍ତି ଲଜ୍‌ ମାଲିକ। ବଲାଙ୍ଗିର ପୁଲିସର ଏଭଳି ରହସ୍ୟଜନକ କାର୍ଯ୍ୟାନୁଷ୍ଠାନ ନେଇ ସବୁଠି ଚର୍ଚ୍ଚା। ସତରେ ଗିରଫ ୭ ଜଣ ଜୁଆଡ଼ି, ନା ଦାଦନ ଶ୍ରମିକ ତାହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ସାଧାରଣରେ ଅଭିଯୋଗ ହୋଇଛି।

ଲଜ୍ ମାଲିକଙ୍କ ସୂଚନା ମୁତାବକ, ଗତକାଲି ରାତିରେ କଣ୍ଟାବାଂଜିର ଅନ୍ନପୂର୍ଣ୍ଣା ଲଜରେ ପୁଲିସ ରେଡ୍ କରିଥିଲା। ଲଜ୍‌ର ୫ ଓ ୭ ନମ୍ବର ରୁମ୍ ବୁକ୍‌ କରି ରହୁଥିବା ଆନ୍ଧ୍ରର ୭ ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା। ସେମାନଙ୍କ ଠାରୁ ବିପୁଳ ଟଙ୍କା ଜବତ କରାଯାଇଥିଲା। ହେଲେ ଏହି ବ୍ୟାଗ୍‌ରେ କେତେ ଟଙ୍କା ଅଛି ତାହାକୁ ସଙ୍ଗେ ସଙ୍ଗେ ଗଣାଯାଇ ନ ଥିଲା।

ଆଜି ସାମ୍ବାଦିକ ସମ୍ମିଳନୀ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସ୍‌ପିଓ ହୃଷିକେଶ ମେହେର କହିଥିଲେ। ସେମାନଙ୍କ ଠାରୁ ୭ ଫୋନ୍, ଟଙ୍କା ସହ ୪ଟା ତାସ୍ ପ୍ୟାକେଟ ଜବତ କରାଯାଇଛି। ଏମାନେ ସମସ୍ତେ ଜୁଆଡ଼ି। ଅଣଓଡ଼ିଆ ଭାଷାରେ କଥାବାର୍ତ୍ତା ହେଉଥିବାରୁ ଏମାନେ ବାହାର ରାଜ୍ୟର।

କିନ୍ତୁ ଲଜ୍ ମ୍ୟାନେଜର ପୂର୍ଣ୍ଣ ଚନ୍ଦନଙ୍କ କହିବା ଅନୁସାରେ ସେମାନେ ଇଟାଭାଟି ମାଲିକ। ପ୍ରତିବର୍ଷ ଆସନ୍ତି। ଦାଦନ ସର୍ଦ୍ଦାରଙ୍କ ସହଯୋଗରେ ଏଠାରେ ଦାଦନ ଶ୍ରମିକ ଖୋଜନ୍ତି। ବଇନା ଦେଇ ଚାଲି ଯାଆନ୍ତି। ପ୍ରତିବର୍ଷ ପରି ଗତକାଲି ମଧ୍ୟ ସେମାନେ ଟଙ୍କା ଧରି ଆସିଥିଲେ। ଏହି ଲଜରେ କେବେ ବି ଜୁଆ ଖେଳା ଯାଏନା।

[caption id="attachment_766951" align="aligncenter" width="650"] ପୁଲିସ ଦ୍ୱାରା ଗିରଫ ୭ ଅଭିଯୁକ୍ତ।[/caption]

ତେଣୁ ପ୍ରଶ୍ନ ଉଠୁଛି, ଯଦି ଜୁଆ ଖେଳ ହେଉଥିଲା, ତେବେ କାହିଁକି ଘଟଣାକୁ ଆଜି ପର୍ଯ୍ୟନ୍ତ ଲୁଚାଇ ରଖିଲା ପୁଲିସ। ଏତେ ଟଙ୍କା ଅଭିଯୁକ୍ତମାନେ କେଉଁଠୁ ଆଣିଲେ, ସେମାନଙ୍କ ପରିଚୟ କ’ଣ, ସେମାନେ ବୃତ୍ତିରେ କ’ଣ କରନ୍ତି, ପୁଲିସ ରାତିର କେଉଁ ସମୟରେ ଚଢ଼ାଉ କରିଥିଲା, ପରିଚୟ ନ ଜାଣି ଅଭିଯୁକ୍ତଙ୍କ ନାମରେ କିପରି ମାମଲା ରୁଜୁ ହେଲା ଓ ସେମାନଙ୍କ ନାମରେ ଆଉ କେଉଁଠି ଅପରାଧିକ ମାମଲା ରହିଛି ତାହାର ଉତ୍ତର ମଧ୍ୟ ପୁଲିସ ପାଖରେ ନାହିଁ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଉଠି ଚାଲି ଯାଇଥିଲେ ଏସ୍‌ଡିପିଓ। କେବଳ କହିଥିଲେ ମାମଲା ତଦନ୍ତାଧୀନ ଅଛି।

ସେପଟେ ୭ ଅଭିଯୁକ୍ତ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ନେଇ ମାନବ ଚାଲାଣ ଉଦ୍ଦେଶ୍ୟରେ କଣ୍ଟାବାଂଜି ଆସିଥିଲେ ବୋଲି ସାଧାରଣରେ ଅଭିଯୋଗ ହେଉଥିବା ବେଳେ ପୁଲିସ ଏହାକୁ କାହିଁକି ଗୁରୁତ୍ୱ ଦେଉନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୁକ୍ତମାନେ ଲଜ୍‌ରେ ପରିଚୟ ଦେଇ ରହିଥିଲେ ନା ନାହିଁ, ତାହା ମଧ୍ୟ ପୁଲିସ ସ୍ପଷ୍ଟ କରିନି। ଲଜ୍‌ ମ୍ୟାନେଜରଙ୍କ ମତକୁ ମଧ୍ୟ ପୁଲିସ ତଦନ୍ତରେ ନେଇନି। ଯାହା ତଦନ୍ତ ଉପରେ ଆଙ୍ଗୁଳି ଉଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story