ହେଲମେଟ୍‌ ଚେକିଂ ବେଳେ ନାବାଳିକାକୁ ମାଡ଼ ଘଟଣା: ଏଏସ୍ଆ‌ଇ ସୁଶାନ୍ତ କୁମାର ମହାକୁଡ଼ ନିଲମ୍ୱିତ

ବାରିପଦା: ହେଲମେଟ୍‌ ଚେକିଂ ବେଳେ ୬ ବର୍ଷର ଝିଅକୁ ମାଡ଼ ମାରିବା ଅଭିଯୋଗରେ ବାରିପଦା ସଦର ଥାନା ଏଏସଆଇ ସୁଶାନ୍ତ କୁମାର ମହାକୁଡଙ୍କୁ ନିଲମ୍ବିତ କରାଯାଇଛି। ଗତକାଲି ବିଳମ୍ୱିତ ରାତିରେ ଏସ୍‌ପି, ସୁଶାନ୍ତଙ୍କୁ ନିଲମ୍ୱିତ କରିଛନ୍ତି।

ଗତକାଲି ରାତିରେ ୧୮ ନମ୍ୱର ଜାତୀୟ ରାଜପଥର ବାରିପଦା ସଦର ଥାନା ସମ୍ମୁଖରେ ପୋଲିସ ପକ୍ଷରୁ ଗାଡ଼ି ଚେକିଂ କରାଯାଉଥିଲା। ଏହି ସମୟରେ ଜଣେ ଦୁଇ ଚକିଆ ଗାଡ଼ି ଚାଳକ ପଳାଉଥିବା ବେଳେ ପୋଲିସ ତାଙ୍କୁ ଗୋଡ଼ାଇଥିଲା। ତେବେ ଡ୍ୟୁଟିରେ ଥିବା ଏଏସ୍‌ଆଇ ସୁଶାନ୍ତୁ କୁମାର ଉକ୍ତ ଗାଡ଼ି ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହାସହିତ ବାଇକ୍ ପଛରେ ବସିଥିବା ୬ ବର୍ଷର ଝିଅକୁ  ମଧ୍ୟ ପୋଲିସ ବାବୁ ମାଡ଼ ମାରିଥିବା ଲୋକେ ଅଭିଯୋଗ କରିଛନ୍ତି।

ମାଡ଼ରେ ଝିଅର ଗୋଟିଏ ପଟ  ଜଂଘ  ଫାଟି ଯାଇଛି। ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ୱରେ ଗାଡି ଗୁଡ଼ିକ ଅଟକି ରହିଥିଲା। ଏଏସଆଇ ସୁଶାନ୍ତ କୁମାରଙ୍କୁ ଏସ୍‌.ପି ନିଲମ୍ୱିତ କରିବା ସହ ଝିଅର ବାପାଙ୍କ ଏତଲା ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

ଆହୁରି ପଢ଼ନ୍ତୁ

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରେ ‘କରୋନା’ ସ୍ଥିତି ସାଂଘାତିକ

ସରକାରୀ ଥଇଥାନ କେନ୍ଦ୍ର ପାଲଟିଛି ନବୀନ ନିବାସ

ମହାମାରୀରେ ବି ଭୂମିହୀନ ଚାଷୀଙ୍କୁ ଭଣ୍ଡେଇବେ: ‘କାଳିଆ’ ପରେ ‘ବଳରାମ’

୪୦ ବର୍ଷ ପରେ…ବାଘୁଣୀ ଖଇରୀକୁ ଝୁରୁଛି ମା ନିହାର ନଳିନୀ

ବର୍ଷକର ରିପୋର୍ଟ କାର୍ଡ ରଖିଲେ ସାଂସଦ ଅପରାଜିତା

କେଉଁ ବିଭାଗ ପାଇଁ ଲାଗୁ ହେବନି ୫୦% କର୍ମଚାରୀ ନିୟମ?

ସମ‌୍‍ ହସ୍ପିଟାଲରେ ହେବ କୋଭିଡ ଭ୍ୟାକ୍‌ସିନ‌୍‍ର ପରୀକ୍ଷଣ

ମହଣ ମହଣ ସୁନାରେ ଝଲସୁଛନ୍ତି ୩ ଠାକୁର

କରୋନାରେ ଆସିଲା କରୁଣ କାହାଣୀ , ସ୍ୱାମୀ ସ୍ତ୍ରୀ ଚାଲିଗଲା ପରେ ଆସିଲା ଭଲ ଖବର

ଅଧିକ ଟ୍ରେନ୍ ଆସିବା ଉପରେ ଆପତ୍ତି ଉଠାଇଲା ଓଡ଼ିଶା

ସରକାର ଫେଲ୍ : ବିଧାନସଭା ଅଧିବେଶନ ଡାକିବାକୁ ଦାବି କଲା କଂଗ୍ରେସ

କରୋନା ସଂକ୍ରମିତ ବଢ଼ିଲେ ବି କଣ୍ଟ୍ରୋଲରୁମ୍ ବନ୍ଦ କଲା ଓଡ଼ିଶା