‘ବସ୍‌ରୁ ଚାନ୍ଦା ଆଦାୟ କଲେ ହେବ କାର୍ଯ୍ୟାନୁଷ୍ଠାନ’

କଟକ(ଓଡ଼ିଶା ରିପୋର୍ଟର): ପାର୍ବଣ ସମୟରେ ବସ୍‌ମାନଙ୍କରୁ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ସବୁ ଥାନାକୁ ସତର୍କ କରାଯାଇଛି। ଗତକାଲି ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା ଏହି ସୂଚନା ଦେଇଥିବା ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତକାଲି ବସ୍‌ମାନଙ୍କରୁ ବେଆଇନ ଚାନ୍ଦା ଆଦାୟ ବନ୍ଦ କରିବାକୁ ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଡିଜିପିଙ୍କୁ ଭେଟିଥିଲା। ଏହା ସହ ଏକ ଦାବିପତ୍ର ଦେଇଥିଲା। […]

bus-1

bus-1

Tapaswini Nayak
  • Published: Sunday, 01 September 2019
  • Updated: 01 September 2019, 01:44 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ପାର୍ବଣ ସମୟରେ ବସ୍‌ମାନଙ୍କରୁ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ସବୁ ଥାନାକୁ ସତର୍କ କରାଯାଇଛି। ଗତକାଲି ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା ଏହି ସୂଚନା ଦେଇଥିବା ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତକାଲି ବସ୍‌ମାନଙ୍କରୁ ବେଆଇନ ଚାନ୍ଦା ଆଦାୟ ବନ୍ଦ କରିବାକୁ ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଡିଜିପିଙ୍କୁ ଭେଟିଥିଲା। ଏହା ସହ ଏକ ଦାବିପତ୍ର ଦେଇଥିଲା। ବିଶେଷ କରି କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ବଲାଙ୍ଗିର ଜିଲ୍ଲାରେ ଏହି ସମସ୍ୟା ଅଧିକ ବୋଲି ସଂଘ କହିଥିଲା। ଏହାକୁ ବନ୍ଦ କରିବାକୁ ଡିଜିପିଙ୍କ ନିକଟରେ ସଂଘର ସଦସ୍ୟମାନେ ଅନୁରୋଧ କରିଥିଲେ।

ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, “ଗଣେଶ ପୂଜାରୁ କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ ବସ୍‌ ମାଲିକଠାରୁ ଚାନ୍ଦା ଆଦାୟ କରାଯାଉଛି। ଏନେଇ ଯାତ୍ରୀମାନେ ବି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେଣୁ ଆମେ ଗତକାଲି ଡିଜିପିଙ୍କୁ ଭେଟିଥିଲୁ ଓ ଚାନ୍ଦା ଆଦାୟ ବନ୍ଦ କରିବା ନେଇ ପଦକ୍ଷେପ ନେବାକୁ ଦାବି କରିଥିଲୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos