ଟିପ୍ପର୍, ଟ୍ରକ୍‌କୁ ଟିକ୍‌ ଟିକ୍‌ କରି ବିକି ଦେଉଥିଲେ, ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଟିପ୍ପର୍, ଟ୍ରକ୍‌ଗୁଡିକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲେ । ଗାଡିଗୁଡିକର ଯନ୍ତ୍ରାଂଶକୁ ଟୁକୁଡା ଟୁକୁ଼ଡା କରି ଦେଉଥିଲେ । ଏପରିକି ଇଞ୍ଜିନରେ ଲାଗିଥିବା ପାର୍ଟ୍ସଗୁଡିକୁ ମଧ୍ୟ ଅଲଗା କରିଦିଆଯାଉଥିଲା । ଆଉ ଏସବୁକୁ ନେଇ ବାହାର ରାଜ୍ୟକୁ ବିକ୍ରି କରି ଦେଉଥିଲେ। ଏଭଳି ଏକ ଲୁଟେରା ଗ୍ୟାଙ୍ଗର ୭ ଜଣଙ୍କୁ ଧରିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପ଼ଡା ପୁଲିସ୍‌। ଗତ କିଛି ଦିନ ହେଲା ବଣାଇ ସବ୍‌ଡିଭିଜନର ଲହୁଣୀପଡା  ଓ ବରସୁଆଁ ଅଞ୍ଚଳରେ ୬ରୁ […]

seized parts

Niharika Rout
  • Published: Thursday, 12 August 2021
  • , Updated: 12 August 2021, 05:26 PM IST

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଟିପ୍ପର୍, ଟ୍ରକ୍‌ଗୁଡିକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲେ । ଗାଡିଗୁଡିକର ଯନ୍ତ୍ରାଂଶକୁ ଟୁକୁଡା ଟୁକୁ଼ଡା କରି ଦେଉଥିଲେ । ଏପରିକି ଇଞ୍ଜିନରେ ଲାଗିଥିବା ପାର୍ଟ୍ସଗୁଡିକୁ ମଧ୍ୟ ଅଲଗା କରିଦିଆଯାଉଥିଲା । ଆଉ ଏସବୁକୁ ନେଇ ବାହାର ରାଜ୍ୟକୁ ବିକ୍ରି କରି ଦେଉଥିଲେ। ଏଭଳି ଏକ ଲୁଟେରା ଗ୍ୟାଙ୍ଗର ୭ ଜଣଙ୍କୁ ଧରିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପ଼ଡା ପୁଲିସ୍‌।

ଗତ କିଛି ଦିନ ହେଲା ବଣାଇ ସବ୍‌ଡିଭିଜନର ଲହୁଣୀପଡା  ଓ ବରସୁଆଁ ଅଞ୍ଚଳରେ ୬ରୁ ଅଧିକ ଟିପ୍ପର ଚୋରି ନେଇ ଅଭିଯୋଗ ହୋଇଥିଲା । ଆଉ ଏହାର ତଦନ୍ତ ଜାରି ରଖିଥିଲା ପୁଲିସ୍‌ । ଏହି ସମୟରେ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ପେଟ୍ରୋଲ ପମ୍ପ ଓ ଢାବାରେ  ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଇଥିଲା । ଆଉ ଢାବାରେ ଲାଗିଥିବା ଏକ ସିସିଟିଭିରୁ ୨ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ପଚରାଉଚୁରା ପରେ ସବୁ ତଥ୍ୟ ସାମ୍ନାକୁ ଆସିଥିଲା ।

[caption id="attachment_666331" align="aligncenter" width="650"] ପୁଲିସ୍‌ ଦ୍ୱାରା ଜବତ ଗାଡ଼ି ଯନ୍ତ୍ରାଶଂ।[/caption]

କରୋନା ଲକ୍‌ଡାଉନ୍‌ ଯୋଗୁଁ କାମ ମିଳୁ ନ ଥିବାରୁ ଏହି ୨ ଜଣ ଏବଂ ଆଉ ଜଣେ ମିଶି ଲହୁଣୀପଡା ଓ ବରସୁଆ ଅଞ୍ଚଳରୁ ୬ଟି ଟିପ୍ପର୍ ଚୋରି କରିନେଇଥିଲେ  । ଆଉ ଏହାକୁ ନେଇ  ସେମାନେ ସୁନ୍ଦରଗଡର ବିଭିନ୍ନ ଅଞ୍ଚଳରେ ବିକି ଦେଉଥିଲେ ।

ତେବେ ରାଜେନ୍ ସନ୍ୟାସୀ ନାମକ ଜଣେ କ୍ରସର ମାଲିକଙ୍କ  କ୍ରସର ପଛପଟେ ଏସବୁ ଚୋରି ଟିପ୍ପରର ପାର୍ଟସ ଓ ଇଞ୍ଜିନକୁ ଗ୍ୟାସ୍ କଟରରେ କାଟି କାଟି ଛୋଟ କରାଯାଇ ବିକ୍ରି କରାଯାଉଥିଲା । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍‌ ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏଥିସହ ସେମାନଙ୍କଠାରୁ ଟିପ୍ପରର୍ ଯନ୍ତ୍ରାଂଶ , ମୋବାଇଲ୍ ଆଦି ଜବତ କରାଯାଇଛି । ଏ ବାବଦରେ ଅଧିକ ପଚରାଉଚୁରା ଲାଗି ସେମାନଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ପୁଲିସ୍‌।

Related story