ପୋଲିସ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉଦ୍‌ଯାପିତ ହୋଇଛି ୬୦ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ। ଆଜି ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପୋଲିସ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ପୋଲିସ ବ୍ୟବସ୍ଥାର ମାନ ବୃଦ୍ଧି, ନୂଆ ନୂଆ ଟେକ୍ନୋଲୋଜି ଆପଣାଇବା, ଅପରାଧ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ଭଳି ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅପରାଧ ହାରକୁ ନେଇ କ୍ରାଇମ ଇନ ଓଡ଼ିଶା ୨୦୧୬ ସଂପର୍କୀତ ପୁସ୍ତିକାକୁ ଉନ୍ମୋଚନ […]

police

police

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 10:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉଦ୍‌ଯାପିତ ହୋଇଛି ୬୦ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ। ଆଜି ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପୋଲିସ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ପୋଲିସ ବ୍ୟବସ୍ଥାର ମାନ ବୃଦ୍ଧି, ନୂଆ ନୂଆ ଟେକ୍ନୋଲୋଜି ଆପଣାଇବା, ଅପରାଧ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ଭଳି ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅପରାଧ ହାରକୁ ନେଇ କ୍ରାଇମ ଇନ ଓଡ଼ିଶା ୨୦୧୬ ସଂପର୍କୀତ ପୁସ୍ତିକାକୁ ଉନ୍ମୋଚନ କରାଯାଇଛି। ସେହିପରି କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟଓ୍ୱର୍କ ସିଷ୍ଟମ(ସିସିଟିଏନ୍‌ଏସ୍‌)ରେ ଥିବା ୧୭ଟି ଜନମଙ୍ଗଳ ସେବାକୁ ମୋବାଇଲ ଆପ ସହାୟତା ଜରିଆରେ ଲଞ୍ଚ କରାଯାଇଛି। ଏଣିକି ଖାଲି କମ୍ପ୍ୟୁଟର ନୁହେଁ, ମୋବାଇଲ ଆପ ଜରିଆରେ ଲୋକେ ଏହିସବୁ ସେବା ପାଇପାରିବେ।

ସିସିଟିଏନଏସ ପ୍ରୋଜେକ୍ଟର ଶ୍ରେଷ୍ଠ କାର୍ଯ୍ୟକାରିତା ଦୃଷ୍ଟିରୁ ଭଦ୍ରକ ଜିଲ୍ଲା ପ୍ରଥମ ଥିବା ବେଳେ ଅନୁଗୋଳ ଜିଲ୍ଲା ଦ୍ୱିତୀୟ ରହିଛି। ସେହିପରି ଓଡ଼ିଶା ପୋଲିସ ସିଟିଜେନ ପୋର୍ଟାଲ ଆଧାରରେ ଲୋକଙ୍କୁ ଭଲସେବା ଯୋଗାଇବାରେ କଟକ ପ୍ରଥମ ଓ କନ୍ଧମାଳ ଜିଲ୍ଲା ଦ୍ୱିତୀୟରେ ରହିଛି। ତେବେ ଥାନାରେ ଷ୍ଟାଫ ଅଭାବ ପୂରଣ ଓ ଲୋକଙ୍କ ନିକଟତର ହେବାପାଇଁ ପୋଲିସ ଆଗକୁ ଯତ୍ନବାନ ହେବ ବୋଲି ମତପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos