ଅଭିଯୁକ୍ତକୁ ଧରିବାକୁ ଯାଇ ପୁଲିସ୍‌ ହଟହଟା

ନୀଳଗିରି(ବିଶ୍ୱମ୍ବର ଦାସ): ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲା ପୁଲିସ୍‌। ଅଭିଯୁକ୍ତକୁ ଧରିବା ପାଇଁ ରାତି ସାରା ଗାଁରେ ଅଟକି ରହିଛି ପୁଲିସ୍ ।ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ନିଛନ୍ଦପୁର ଗାଁରେ।

ମିଳିଥିବା ସୂଚନା ଅନୁସାରେ, ନିଛନ୍ଦପୁର ଗାଁରେ ଗତକାଲି ରାତିରେ ରାଜା ଦଳେଇ ନାମକ ଯୁବକ ଅଶ୍ଳୀଳ ଭାଷା ପ୍ରୟୋଗ କରି ଗାଳିଗୁଲଜ କରୁଥିଲା। ଗୌରାଙ୍ଗ ପାତ୍ର ନାମକ ଗାଁର ଜଣେ ବ୍ୟକ୍ତି ଏହାକୁ ବିରୋଧ କରିବାରୁ ରାଜା ତାଙ୍କୁ ମାଡ଼ ମାରିବା ସହ ବନ୍ଧୁକ ଦେଖାଇଥିଲା। ଏହାପରେ ନୀଳଗିରି ପୁଲିସ୍‌ ଖବର ପାଇ ଅଭିଯୁକ୍ତକୁ ଧରିବା ପାଇଁ ଗାଁରେ ପହଞ୍ଚିଥିଲା।

ଗ୍ରାମବାସୀ କିନ୍ତୁ ଅଭିଯୁକ୍ତକୁ ପୁଲିସ୍ ଜିମା ଦେବାକୁ ରାଜି ହୋଇନଥିଲେ। ଗାଁ ଘଟଣା ଗାଁରେ ସମାଧାନ ହେବ ବୋଲି ଅଡ଼ି ବସିଥିଲେ। ଗାଁରେ ପ୍ରଜାକୋର୍ଟ କରି ଅଭିଯୁକ୍ତକୁ ଦଣ୍ଡ ଦେବେ ବୋଲି ଗାଁ ଲୋକେ ଜିଦ ଧରିଥିଲେ। ପୁଲିସ୍ ମଧ୍ୟ ଅଭିଯୁକ୍ତକୁ ଛାଡ଼ି ଆସିନଥିଲା। ରାତିସାରା ଗାଁରେ ଅଭିଯୁକ୍ତକୁ ଆଣିବାକୁ ଜଗି ରହିଥିଲା।

ତେବେ ଏହି ଘଟଣାକୁ ନେଇ ଆଜି ସକାଳେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଅଭିଯୁକ୍ତକୁ ନ ଛାଡ଼ିବା ଦାବିରେ ନୀଳଗିରି ରାସ୍ତା ଅବରୋଧ କରିଛନ୍ତି। ପୁଲିସ୍ ମଧ୍ୟ ଲୋକଙ୍କୁ ବୁଝାସୁଝା କରୁଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ଗୋଟିଏ ଫୋର୍ସ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ

ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୭ ଆକ୍ରାନ୍ତ, ୮୫୦ ପାର୍‌ କଲା ସଂଖ୍ୟା

ଆଜିଠୁ ଖୋଲିଲା ଭିତରକନିକା

ଆଜି ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷିବ

ବାଲେଶ୍ୱର ଶଟଡାଉନ୍‌ ନିଷ୍ପତ୍ତିକୁ ବିରୋଧ; ୨ ସଂଘ ମୁହାଁମୁହିଁ

ନ୍ୟାସନାଲ ବାମ୍ୱୋ ମିଶନରେ ଓଡ଼ିଶାକୁ ୩ ବର୍ଷରେ ମିଳିଛି ୬.୭୭ କୋଟି

ଅନଲକ-୫: ଏଣିକି ସାଧାରଣ ସମାବେଶରେ ୧୦୦ ଲୋକଙ୍କୁ ଅନୁମତି

କୋଭିଡ୍ ହସ୍ପିଟାଲ: କିଏ ସତ- ମୁଖ୍ୟମନ୍ତ୍ରୀ ନା ସ୍ୱାସ୍ଥ୍ୟମନ୍ତ୍ରୀ?

କରୋନା ପରିଚାଳନାରେ ଅବ୍ୟବସ୍ଥା ନେଇ ବର୍ଷିଲେ ବିରୋଧୀ

ଅକ୍ଟୋବରରେ ବି ଶନିବାର ବନ୍ଦ ରହିବ ସବୁ ସରକାରୀ ଅଫିସ୍

ଦୁର୍ଗା ମୂର୍ତ୍ତି ଉଚ୍ଚତା କେତେ ହେବ? ଅକ୍ଟୋବର ୯କୁ ଘୁଞ୍ଚିଲା ଶୁଣାଣି

ଉପନିର୍ବାଚନ ପାଇଁ କମିଟି ଗଢ଼ିଲା ବିଜେପି

କଳାହାଣ୍ଡିକୁ କେବେ ମିଳିବ ‘ଇନ୍ଦ୍ରାବତୀ’ର ବିଜୁଳି ?