ପୋଲିସ-ଜନତାଙ୍କୁ ଗୋଟିଏ ସୂତାରେ ଯୋଡିବ ‘ଆମ ପୋଲିସ’

ଭୁବନେଶ୍ୱର: ରାଜ୍ୟରେ କର୍ଯ୍ୟକାରୀ ହେଉଥିବା କମ୍ୟୁନିଟି ପୋଲିସିଂ ବ୍ୟବସ୍ଥା ‘ଆମ ପୋଲିସ’ ସହ ସଶ୍ଲିଷ୍ଟ ଅଧିକାରୀମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀଠାରେ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ ଏହା ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ ଦୂର କରିବ ବୋଲି କହିଥିଲେ। ୨୦୧୩ ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା କମ୍ୟୁନିଟି ପୋଲିସିଂ ବ୍ୟବସ୍ଥା […]

ama police

ama police

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 02:35 PM IST

Sports

Latest News

ama policeଭୁବନେଶ୍ୱର: ରାଜ୍ୟରେ କର୍ଯ୍ୟକାରୀ ହେଉଥିବା କମ୍ୟୁନିଟି ପୋଲିସିଂ ବ୍ୟବସ୍ଥା ‘ଆମ ପୋଲିସ’ ସହ ସଶ୍ଲିଷ୍ଟ ଅଧିକାରୀମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀଠାରେ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ ଏହା ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ ଦୂର କରିବ ବୋଲି କହିଥିଲେ। ୨୦୧୩ ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା କମ୍ୟୁନିଟି ପୋଲିସିଂ ବ୍ୟବସ୍ଥା ମାଧ୍ୟମରେ ସାଧାରଣ ଲୋକଙ୍କ ସହ ପୋଲିସର ସୁସମ୍ପର୍କ ରକ୍ଷା କରିବା ଦିଗରେ ଏହା ଏକ ପ୍ରୟାସ ବୋଲି କହିଛନ୍ତି ପୋଲିସ ଡିଜି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୫୦୪ଟି ଥାନାରେ କାର୍ଯ୍ୟକାରୀ ହେଉଛି କମ୍ୟୁନିଟି ପୋଲିସିଂ ବ୍ୟବସ୍ଥା। ଏହା ସହ ଏହି ଅଭିନବ କାର୍ଯ୍ୟକ୍ରମକୁ ସଠିକ ଭାବରେ ପରିଚାଳନା କରୁଛି ‘ଆମ ପୋଲିସ ସମିତି’। କେବଳ ସେତିକି ନୁହେଁ ରାଜ୍ୟରେ ବିଭିନ୍ନ ଥାନାରେ କାର୍ଯ୍ୟ କରୁଥିବା ଅଭ୍ୟର୍ଥନା କକ୍ଷ, ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟକ୍ଷମ କରାଗଲେ କମ୍ୟୁନିଟି ପୋଲିସିଂର ମୌଳିକ ଲକ୍ଷ୍ୟକୁ ପୂରଣ କରାଯାଇ ପାରିବ ବୋଲି ଆମ ପୋଲିସ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ପୋଲିସ ଡିଜି ସଞ୍ଜୀବ ମାରିକ। କହିଛନ୍ତି।

ଦୁଇଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆମ ପୋଲିସ ବ୍ୟବସ୍ଥା ଓ ଏହାର କାର୍ଯ୍ୟକାରିତା, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି କ୍ଷେତ୍ରରେ ଥିବା ଉତ୍ତମ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସାରା ରାଜ୍ୟରୁ ୧୬୦ଜଣ ପୋଲିସ ଅଧିକାରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଆଗାମୀ ଦିନରେ ଆମ ପୋଲିସ ବ୍ୟବସ୍ଥା ସହ ସଶ୍ଳିଷ୍ଟ ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହିଭଳି ଅଧିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos