ଅଧରପଣା ବେଳେ ୩ ତହସିଲଦାରଙ୍କୁ ସୁରକ୍ଷା କର୍ଡନ୍ ଭିତରୁ ବାହାର କରିଦେଲା ପୋଲିସ : ଘନେଇଲା ବିବାଦ

ପୁରୀ: ପୁରୀରେ ତେଜିଲା ପ୍ରଶାସନ ଓ ପୋଲିସ ମଧ୍ୟରେ ବିବାଦ। ଗତକାଲି ଅଧରପଣା ଡ୍ୟୁଟି ବେଳେ  ବେଗୁନିଆ, ପଦ୍ମପୁର ଓ ନୟାଗଡ଼ ତହସିଲଦାରଙ୍କୁ ପୋଲିସ୍ ଦୁର୍ବ୍ୟହାର କରିଥିବା ଅଭିଯୋଗ ହୋଇଛି।  କର୍ଡନରେ ଥିବା ୩ ତହସିଲଦାରଙ୍କୁ ପୋଲିସ୍ ବିଦା କରି ଦେଇଥିଲା।

ସେହିପରି ସୁନାବେଶ ଦିନ ବି ଉପଜିଲ୍ଲାପାଳଙ୍କୁ ପୋଲିସ ଦୁର୍ବ୍ୟହାର କରିଥିବା ନେଇ ଅଭିଯୋଗ ହୋଇଛି।  ଏ ନେଇ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି।  ତେବେ ଲିଖିତ ଆକାରରେ ଅଭିଯୋଗ ପାଇଁ ଜିଲ୍ଲାପାଳ କହିଥିବା ସୂଚନା ମିଳିଛି।