ବିନା ହେଲମେଟ୍‌ରେ ଗାଡ଼ି ଚଲାଇ ଫଶି ଗଲେ ପୋଲିସ ବାବୁ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ବିନା ହେଲମେଟ୍‌ରେ ଗାଡି ଚଲାଇବା ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା। ଘଟଣା ଘଟିଛି ସମ୍ୱଲପୁର ଜିଲ୍ଲାରେ। ପୋଲିସ ଅଧିକାରୀ ଜଣକ ବିନା ହେଲମେଟରେ ଗାଡି ଚଲାଇବା ବେଳେ ତାଙ୍କର ଏକ ଭିଡିଓ କେହି ମୋବାଇଲରେ ରେକର୍ଡ କରିଥିଲା। ପରେ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲା।  ଖୋଦ୍‌ ଏସ୍‌ପି ଏହି ଭିଡିଓ ଦେଖିବା ପରେ ପୋଲିସ ବାବୁଙ୍କ ଠାରୁ ଜୋରିମାନା ଆଦାୟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ଏହି ଥାନା ବାବୁ ଜଣକ ସମ୍ବଲପୁର ବୁଢାରଜା ଅଞ୍ଚଳର ଡି.ମିଞ୍ଜ୍‌ ବୋଲି ଜଣାପଡ଼ିଛି।