ଠକେଇ ଅଭିଯୁକ୍ତଙ୍କ ସହ ଫଟୋ, ଥାନା ଅଧିକାରୀଙ୍କ ବଦଳି

କଟକ: ବିବାଦୀୟ ମର୍କତ ନଗର ଥାନା ଅଧିକାରୀ ବିମଳ ବାରିକଙ୍କୁ ଆଜି ଡିସିପିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି। କିଛି ଠକେଇ ଅଭିଯୁକ୍ତଙ୍କ ସହ ତାଙ୍କ ଫଟୋ ସାମ୍ନାକୁ ଆସିବା ଘଟଣାରେ ତାଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି।

ଲକ୍ଷ ଲକ୍ଷ ଟଙ୍କ। ଲୋକଙ୍କୁ ଠକି ଝାରପଡା ଜେଲରେ ଥିବା ୨ ଅଭିଯୁକ୍ତଙ୍କ ସହ ତାଙ୍କର ଏକ ବିବାଦୀୟ ଫଟୋ ସାମନାକୁ ଆସିଥିଲା। ଏହାପରେ ଠକେଇ ଶିକାର ହୋଇଥିବା ଲୋକେ ପୋଲିସ କମିଶନରଙ୍କ ସହ କଟକ ଡିସିପିକଙ୍କୁ ଭେଟି ଆଇସିସିଙ୍କ ସହ ଅଭିଯୁକ୍ତଙ୍କ ଘନିଷ୍ଠ ସମ୍ପର୍କ ଥିବା ଅଭିଯୋଗ କରିଥିଲେ। ଏହା ପରେ ପୋଲିସ କମିଶନର ୱାଇ ବି ଖୁରାନିଆ କଟକ ଡିସିପିଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ତାଙ୍କୁ ଡିସିପିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ଜଣାପଡ଼ିଛି।