୧୦ହଜାର ଟଙ୍କା ଲାଞ୍ଚ ମାଗିଥିବା ଥାନାବାବୁଙ୍କୁ ଧରିଲା ଭିଜିଲାନ୍ସ

ଫୁଲବାଣୀ(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଉଥିବା ବେଳେ କନ୍ଧମାଳ ଜିଲ୍ଲା ଚକାପାଦ ଥାନାଧିକାରୀ ହରିବନ୍ଧୁ ପରିଡ଼ା ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇଛନ୍ତି। ବାଇଲି ବଞ୍ଜରା ଗାଁର ଜେନା ମଲ୍ଲିକଙ୍କଠାରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ସକାଳେ ଖବର ପାଇଥିଲା ଫୁଲବାଣୀ ଭିଜିଲାନ୍ସ ଟିମ୍‌ । ଟଙ୍କା ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। DSPଙ୍କ କହିବା ଅନୁସାରେ, ଚକାପାଦ ଥାନା ଲିଆଗଡ଼ ଗ୍ରାମରେ ଗତ ମାସ ୧୭ ତାରିଖରେ ଏକ ବିବାଦୀୟ […]

vlcsnap-9447-12-14-20h16m03s277

vlcsnap-9447-12-14-20h16m03s277

Ordigital Desk
  • Published: Thursday, 16 August 2018
  • Updated: 16 August 2018, 04:42 PM IST

Sports

Latest News

ଫୁଲବାଣୀ(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଉଥିବା ବେଳେ କନ୍ଧମାଳ ଜିଲ୍ଲା ଚକାପାଦ ଥାନାଧିକାରୀ ହରିବନ୍ଧୁ ପରିଡ଼ା ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇଛନ୍ତି।

ବାଇଲି ବଞ୍ଜରା ଗାଁର ଜେନା ମଲ୍ଲିକଙ୍କଠାରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ସକାଳେ ଖବର ପାଇଥିଲା ଫୁଲବାଣୀ ଭିଜିଲାନ୍ସ ଟିମ୍‌ । ଟଙ୍କା ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା।

DSPଙ୍କ କହିବା ଅନୁସାରେ, ଚକାପାଦ ଥାନା ଲିଆଗଡ଼ ଗ୍ରାମରେ ଗତ ମାସ ୧୭ ତାରିଖରେ ଏକ ବିବାଦୀୟ ଘଟଣାରେ ଥାନାଧିକାରୀ ପରିଡ଼ା ୩ ଜଣଙ୍କୁ ଗିରଫ କରିଥିଲେ। ଘଟଣାରେ ସାକ୍ଷୀ ଥିବା ବାଇଲି ବଞ୍ଜରା ଗାଁର ଜେନା ମଲ୍ଲିକଙ୍କୁ ଗିରଫ କରିବାକୁ ମଧ୍ୟ ଧମକ ଦେଇଥିଲେ।

ଏପରିକି ଗିରଫଦାରିରୁ ବର୍ତ୍ତିବାକୁ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମଧ୍ୟ ମାଗିଥିଲେ ।

ଭିଜିଲାନ୍ସ ସୂଚନା ମୁତାବକ, ଆଜି ଜେନା ମଲ୍ଲିକ ୧୦ ହଜାର ଟଙ୍କା ନେଇ ପରିଡ଼ାଙ୍କୁ ଥାନାରେ ଦେବାକୁ ଯାଇଥିଲା। ଏହି ସମୟରେ ଖବର ପାଇ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ଗିରଫ ଥାନାଧିକାରୀ କହିଛନ୍ତି, ହତ୍ୟା ମାମଲାରେ ସାକ୍ଷୀ ଥିବା ଜେନା ମଲ୍ଲିକ ତାଙ୍କୁ ମିଥ୍ୟାରେ ଫସାଇ ଦିଆଯାଇଛି । ଭୋଜି କରିବା ବାହାନାରେ ସେ ଆଜି ଥାନାକୁ ଆସି ଜୋର ଜବରଦସ୍ତ ତାଙ୍କ ପକେଟ୍‌ରେ ଟଙ୍କା ଗୁଞ୍ଜି ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos