ବିୟର ପାର୍ଲରରେ ଚଢ଼ାଉ; ବିପୁଳ ବିଦେଶୀ ମଦ ଜବତ

କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଜଗତପୁର ତାଳବଣିଆ ଅଞ୍ଚଳର ଏକ ବିୟର ପାର୍ଲରରେ ଚଢ଼ାଉ କରାଯାଇଛି। ଅବକାରୀ ବିଭାଗ ଏବଂ ପୋଲିସ ମିଳିତ ଭାବେ ଏହି ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ପୋଲିସ୍‌ ତିନି ଜଣଙ୍କୁ ଗିରଫ କରିଛି ଓ ଘଟଣାର ତଦନ୍ତ କରୁଛି।