ଚନ୍ଦନକାଠ ଜବତ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଚୋରା ଚାଲାଣ ହେଉଥିବା ଚନ୍ଦନ କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ସମ୍ୱଲପୁର ଜିଲ୍ଲା ଅଇଁଠାପାଲି ପୋଲିସ ଆଜି ଜବତ କରିଛି। ଜବତ କାଠର ମୂଲ୍ୟ ଦୁଇ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ତେବେ ଏହି କାଠ କେଉଁଠୁ ଆସିଥିଲା, ତାହା ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।